Odia News Portal

ଲୋକସେବା ଭବନରେ ନିଆଁ

ଲୋକସେବା ଭବନରେ ଅଗ୍ନିକାଣ୍ଡ। ଲୋକସେବା ଭବନର ପ୍ରଥମ ମହଲାରେ ଥିବା ରାଜସ୍ଵ ବିଭାଗରେ ନିଆଁ ଲାଗିଥିବା ସୂଚନା ମିଳିଛି। ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଥିବା ବେଳେ ଅଗ୍ନିଶମ ବିଭାଗ ବର୍ତ୍ତମାନ ନିଆଁ ଲିଭାକାର୍ଯ୍ୟରେ ନିୟୋଜିତ ରହିଛି। ଲୋକସେବା ଭବନ ଭିତରେ ଥିବା ଦମକଳ ଗାଡି ସହ କଳ୍ପନା ଓ ବରମୁଣ୍ଡାରୁ ବି ଦୁଇଟି ଅଗ୍ନିଶମ ଟିମ୍‌ ଆସି ପହଞ୍ଚିଛି । ଜିରୋ କାଜୁଆଲିଟି ପାଇଁ ଜୋରଦାର ଉଦ୍ୟମ ଚାଲିଛି ।