Odia News Portal

ସରିଲା ବିଧାନସଭା

ଗତ ୨୨ ତାରିଖ ଠାରୁ ଆରମ୍ଭ ହୋଇଥିବା ଓଡିଶା ବିଧାନସଭାର ସ୍ୱଳ୍ପକାଳୀନ ମୌସୁମୀ ଅଧିବେଶନ ଆଜି ଶେଷ ହୋଇଛି ।ଅକ୍ଟୋବର ୪ ତାରିଖରେ ଏହି ଅଧିବେଶନ ଶେଷ ହେବାର ଥିଲା । କିନ୍ତୁ ଶେଷ ହେବାର ଦିନକ ଆଗରୁ ଆଜି ବାଚସ୍ପତି ପ୍ରମିଳା ମଲ୍ଲିକ ଗୃହର କାର୍ୟ୍ୟକ୍ରମକୁ ଅନିଦ୍ଦିଷ୍ଟ କାଳ ପର୍ୟ୍ୟନ୍ତ ମୁଲତବି ଘୋଷଣା କରିଛନ୍ତ । ଆଗକୁ ନିର୍ବାଚନ ଥିବା ଦୃଷ୍ଟିରୁ ସ୍ୱଳ୍ପକାଳୀନ ପାଇଁ ହେଲେ ମଧ୍ୟ ଏହି ଅଧବବେଶନ ବେଶ ଗୁରୁତ୍ତ୍ୱପୂର୍ଣ୍ଣ ହେବ ବୋଲି ଆଶ।କରାଯାଇଥିଲା କିନ୍ତୁ ବିରୋଧୀ ଦଳର ସଦସ୍ୟ ମାନେ ବିଭିନ୍ନ୍ ରାଜନେତିକ ପ୍ରସଙ୍ଗରେ ଗୃହରେ ଏପରି ଅଚଳ ଅବସ୍ଥା ସୃଷ୍ଠି କଳେ ଯେ ଲୋକଙ୍କ ସ୍ୱାର୍ଥ ସମ୍ବଳିତ କୌଣସି ଗୁରୁତ୍ତପୁର୍ଣ୍ଣ ଆଲୋଚନା ଗୃହରେ ଆଲୋଚିତ ହୋଇପାରିଲା ନାହି । କେବଳ ରାଜ୍ୟର ଅତିରିକ୍ତ ଖର୍ଚ୍ଚ ଦାବି ଓ ସରକାରୀ ବିଲ ଗୃହୀତ ହେବା ସହିତ ବିଧାନସଭାର ଅଧିବେଶନ ଶେଷ ହୋଇଥଲା ।