Odia News Portal

ଏସ୍‌ଆଇଙ୍କୁ ହାଣିଲା ଯବାନ

ପୁଣି ଆତଙ୍କ ଖେଳାଇଲା ହରିରାଜପୁରର ଯବାନ । ଗିରଫ କରିବାକୁ ଯାଇଥିବା ବେଳେ ବାଙ୍କୀ ଥାନା ଏସ୍‌ଆଇଙ୍କୁ ଆକ୍ରମଣ ହୋଇଥିା ସୂଚନା ରହିଛି । ବାଙ୍କୀ ଥାନା ଏସ୍‌ଆଇ ସମ୍ବିତ ସ୍ୱାଇଁ ଓ କନେଷ୍ଟବଲଙ୍କୁ ଖଣ୍ଡାରେ ଆକ୍ରମଣ ହୋଇଥିଲା । ଆଦିମାତା ଛକରେ ଉଭୟଙ୍କୁ ଖଣ୍ଡାରେ ହାଣିଲା ଯବାନ । ଆକ୍ରମଣରେ ଗୁରୁତର ୨ ଜଣ ବାଙ୍କୀ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଖବର ସାମ୍ନାକୁ ଆସିଛି । ପୂର୍ବରୁ ବି ଥାନା ମହିଳା ଏସ୍‌ଆଇଙ୍କୁ ଆକ୍ରମଣ କରିଥିଲା । ବାଙ୍କୀ ବଜାରରେ ବି ଖଣ୍ଡା ବୁଲାଇ ଖେଳାଇଥିଲା ଯବାନ ।