Odia News Portal

ପୂଜା ମଣ୍ଡପରେ ମାତିଲେ ଲୁଟେରା, ୧୫ ମିନିଟ୍‌ରେ ନେଇଗଲେ ୪ଟି ସୁନା ଚେନ୍

ରାଜଧାନୀ ଭୁବନେଶ୍ୱରର ବମିଖାଲ ଦୁର୍ଗା ମଣ୍ଡପରୁ ଆଜି ୧୫ ମିନିଟ୍ ମଧ୍ୟରେ ୪ ଜଣ ମହିଳାଙ୍କ ଠାରୁ ସୁନା ଚେନ୍ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି।

ଆଜି ମା’ଙ୍କ ଅଷ୍ଟମୀ ପୂଜା ପାଇଁ ଭୁବନେଶ୍ୱରର ଅନ୍ୟାନ୍ୟ ମଣ୍ଡପ ଭଳି ବମିଖାଲ ମଣ୍ଡପରେ ମଧ୍ୟ ହଜାର ହଜାର ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି। ଆଉ ଭିଡ଼ର ସୁଯୋଗ ନେଇ ମାତିଛନ୍ତି ଲୁଟେରା।

ବମିଖାଲ ମଣ୍ଡପରେ ସକାଳ ୧୦ଟା ୧୫ରୁ ୧୦ଟା ୩୦ ମଧ୍ୟରେ ୪ ଜଣ ମହିଳା ଶ୍ରଦ୍ଧାଳୁଙ୍କ ଠାରୁ ସୁନା ଚେନ୍ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି।