Odia News Portal

ବଙ୍ଗୋପ ସାଗରରେ ବାତ୍ୟା ସମ୍ଭାବନା, କାଲିଠୁ ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ନେଇ ଏସଆରସିଙ୍କ ସୂଚନା

ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇଛି ।ଆଗାମୀ ୨୪ ଘଣ୍ଟାରେ ଏହା ଆହୁରି ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେବା ସମ୍ଭାବନା ରହିଛି । ଏହି ଅବପାତ ବାତ୍ୟା ରୂପ ନେବା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। କାଲି ମଧ୍ୟରାତ୍ରରେ ଦୁର୍ବଳ ବାତ୍ୟାର ରୂପ ନେଇପାରେ ଅବପାତ । ତେବେ ସମ୍ଭାବ୍ୟ ବାତ୍ୟାର ଓଡ଼ିଶା ଉପରେ କୌଣସି ପ୍ରଭାବ ରହିବ ନାହିଁ । ବାତ୍ୟା ପ୍ରଭାବରେ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ହେବ ।

ଆସନ୍ତାକାଲିଠାରୁ ୨୫ ତାରିଖ ଯାଏ ଉପକୂଳରେ ବର୍ଷା ହେବ । ବାତ୍ୟା ସମୟରେ ୬୦ରୁ ୭୦କିମି ବେଗରେ ପବନ ବହିବ । ବାତ୍ୟା ସୃଷ୍ଟି ହେବା ପରେ ଏହା ବାଂଲାଦେଶ ମୁହାଁ ହେବ ବୋଲି ଏସଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।