Odia News Portal

ମାଆଙ୍କ ଆଗମନରେ ଗାଁରୁ ସହର ଉତ୍ସବମୁଖର

ଧରାବତରଣ କରିଛନ୍ତି ଜଗତଜନନୀ ମାଆ ଦୁର୍ଗା। ମାଆଙ୍କ ଆଗମନରେ ଗାଁରୁ ସହର ଉତ୍ସବମୁଖର। ପୀଠରେ ମାଆଙ୍କର ଆଜି ନବମୀ ପୂଜା ହେଉଥିବାବେଳେ ମଣ୍ଡପରେ ମହାଷ୍ଟମୀ ପୂଜା। ଘଣ୍ଟଘଣ୍ଟା ଓ ମନ୍ତ୍ରଧ୍ବନୀରେ ପ୍ରକମ୍ପିତ ହେଉଛି ପରିବେଶ। ଭକ୍ତି ଭାବରେ ଦର୍ଶନ କରୁଛନ୍ତି ଭକ୍ତ। ଆଜି ମହିଳା ମାନେ ମାଆଙ୍କ ପାଖରେ ବ୍ରତ ,ଶାଢୀ, ଶଙ୍ଖା ଓ ସିନ୍ଦୁର ପୂଜାର୍ଚ୍ଚନା କରୁଛନ୍ତି। ଟ୍ବିନସିଟି ସମେତ ରାଉରକେଲା, ବ୍ରହ୍ମପୁର ଓ ଯାଜପୁରରେ ପାର୍ବଣର ମାହୋଲ।

ବିଭିନ୍ନପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଆକର୍ଷିତ କରୁଛି ସୁଉଚ୍ଚ ତୋରଣ। ବଡ଼ ବଡ଼ ତୋରଣ ସାଙ୍ଗକୁ ରଙ୍ଗୀନ ଆଲୋକମାଳାରେ ସଜେଇ ହୋଇଛି ଭୁବନେଶ୍ବର। ବରମୁଣ୍ଡା ପୂଜା ମଣ୍ଡପର ବିଶେଷତ୍ୱ ହେଉଛି ଆଜି ଅଷ୍ଟମୀରେ ମାଙ୍କ ପାଖରେ ଖେଚୁଡ଼ି ଭୋଗ ଲାଗିହୁଏ । ଦୁର୍ଗା ପୂଜା ଲାଗି ସହରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।