ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଗସ୍ତ କରୁଛନ୍ତି, ଯାହାକୁ ନେଇ ଉତ୍ସବମୁଖର ହୋଇଉଠିଛି କଳାହାଣ୍ଡି । ବୁଧବାର କଳାହାଣ୍ଡି ପ୍ରତିଷ୍ଠା ଦିବସ ହୋଇଥିବା ବେଳେ ଜିଲ୍ଲାବାସୀଙ୍କୁ ପ୍ରାୟ ୧୨୦୦କୋଟି ଟଙ୍କାର ଭେଟି ଦେବେ ମୁଖ୍ୟମନ୍ତ୍ରୀ । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର ହୋଇଛି ।
ଏହାସହ ଦୀର୍ଘ ଦୁଇ ଦଶନ୍ଧି ଧରି ଜିଲ୍ଲାବାସୀ ଦେଖିଥିବା ବହୁ ପ୍ରତିକ୍ଷୀତ ସ୍ୱପ୍ନ ପୂରଣ ହେବ । ଭଙ୍ଗାବାରି ଠାରେ ନିର୍ମାଣ ହୋଇଥିବା ମେଡିକାଲ କଲେଜକୁ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ । ଏନେଇ ପ୍ରସ୍ତୁତି ସାରି ଯାଇଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଏହାସହ କଳାହାଣ୍ଡିରେ ଲକ୍ଷ୍ମୀ ବସ୍ର ମଧ୍ୟ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ।