ଗାଡ଼ିରେ ନିଆଁ ଲଗାଇଲା କିଏ ? କେମିତି ୨୩ଟି ଗାଡ଼ି ଜଳିଗଲା ? ଅବକାରୀ ଗୁଇନ୍ଦା କାର୍ଯ୍ୟାଳୟ ପକ୍ଷରୁ ବିଭିନ୍ନ ସମୟରେ ଜବତ ହୋଇଥିବା ୨୩ଟି କାର, ଟ୍ରକକୁ ଜାଳିଦେଲେ ଦୁର୍ବୃତ୍ତ । ଅବକାରୀ ଗୁଇନ୍ଦା କାର୍ଯ୍ୟାଳୟ ପାଖ ପଡିଆରେ ରହିଥିବା ଗାଡ଼ି ଗୁଡିକରେ ନିଆଁ କେମିତି ଲାଗିଲା, ଏବେ ବି ପରଦା ହଟିନି । ବ୍ରହ୍ମପୁର ଆମ୍ବପୁଆ ଠାରେ ଥିବା ଅବକାରୀ କାର୍ଯ୍ୟାଳୟରେ ଘଟିଛି ଏହି ଅଘଟଣ । ବିଭିନ୍ନ ସମୟରେ ଗଂଜେଇ, ମଦ ଚୋରା ଚାଲାଣରେ ବ୍ୟବହୃତ ହୋଇଥିବା ଏସବୁ ଗାଡ଼ି ଅବକାରୀ ଗୁଇନ୍ଦା ବିଭାଗ ଦ୍ୱାରା ଜବତ କରାଯାଇଥିଲା । ଅଗ୍ନିକାଣ୍ଡ ଘଟିବା ବେଳେ ଅଧିକାରୀ ମାନେ କିଏ ନଥିଲେ, ଖବର ପାଇ ଅଗ୍ନିଶମ ବିଭାଗର ୫ ଟି ଦମକଳ ଓ ୩୦ କର୍ମଚାରୀ ଆସି ନିଆଁ କୁ ଆୟତ୍ତ କରିଥିଲେ । ଘଟଣାକୁ ନେଇ ଥାନାରେ ଏଫଆଇଆର ଦିଆଯାଇଛି ।
