Odia News Portal

ସ୍ବାମୀକୁ ଛାଡି ପ୍ରେମିକ ସହ ବୋହୂ ଫେରାର୍, ଲେଉଟାଣିରେ ଆସି ମାରିଲେ ଚମ୍ପଟ

ବିବାହର ୧୦ ଦିନରେ ବାପା ଘରକୁ ଲେଉଟାଣିରେ ଆସିଥିବା ବୋହୂ ସ୍ଵାମୀକୁ ଛାଡି ପ୍ରେମିକ ସହ ଫେରାର ।  ଏଭଳି ଏକ ଘଟଣା ସାରା ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଗତ ଫେବୃଆରୀ ମାସ ୮ ତାରିଖ ହିନ୍ଦୁ ରୀତି ନୀତିରେ ମୁରିବାହଲ ଥାନା କର୍ଲା ଗାଁର ମୁକେଶ ବିଶ୍ୱାଳ କଣ୍ଟାବାଞ୍ଜିର ଝିଅ ବିନୀ ବେହେରା ସହ ବିବାହ କରିଥିଲେ ।  ତେବେ ଗତ ୧୮ ତାରିଖ ଦିନ ଝିଅର ଦୁଇ ଭାଇ କଣ୍ଟାବାଞ୍ଜି କୁ ଲେଉଟାଣି ପାଇଁ ଆଣିଥିଲେ । ଏହା ପରେ ଗତ ୨୨ ତାରିଖ ଦିନ ବିନି ନିଜ ପ୍ରେମିକା ସହ ଫେରାର ମାରିଥିବା ପରିବାର ଲୋକେ ଜାଣିବାକୁ ପାଇଥିଲେ। ସେପଟେ ନବ ବିବାହ କରିଥିବା ମିଲନଙ୍କ ପରିବାର ଏବେ ଚିନ୍ତାରେ ପଡିଛନ୍ତି । ଲକ୍ଷାଧିକ ଟଙ୍କାର ସୁନା ଗହଣା ଟଙ୍କା ନେଇ ଫେରାର ମାରିଥିବା ନେଇ ମୁରିବାହାଲ ଥାନାରେ ଲିଖିତ ଭାବେ ଜଣାଇଛନ୍ତି । ତେବେ ଉଭୟ ଯୁବକ ଓ ଯୁବତୀଙ୍କ ପରିବାର ବର୍ଗ କଣ୍ଟାବାଞ୍ଜି ଥାନାରେ ଏକ ଘୋଷଣା ପତ୍ର ମଧ୍ୟ ଦସ୍ତଖତ କରିଛନ୍ତି ଯେଉଁ ଥିରେ ବିବାହ ସମୟରେ ପୁଅ ପକ୍ଷରୁ ଦିଆଯାଇଥିବା ସୁନା ଅଳଙ୍କାର ମଧ୍ୟ ଯୁବତୀ ସାଙ୍ଗରେ ନେଇ ଯାଇଥିବା ଜଣାପଡିଛି । ତେବେ ପ୍ରାୟ ୩ ଲକ୍ଷ ଟଙ୍କାର ସୁନା ଓ ୨୦ ହଜାର ଟଙ୍କା ମଧ୍ୟ ସାଙ୍ଗରେ ନେଇ ଫେରାର ହୋଇଥିବା ଘୋଷଣା ପତ୍ରରୁ ଜଣାପଡିଛି । ଝିଅଙ୍କ ପରିବାର ଲୋକେ କଣ୍ଟାବାଞ୍ଜି ଥାନାରେ ଯୁବତୀଙ୍କ ନିଖୋଜ ହୋଇଯାଇଥିବା ନେଇ ଏତଲା ଦେବା ସହ ପଡାର ପ୍ରଶାନ୍ତ ମଜଖଣ୍ଡ ନାମକ ଜଣେ ଯୁବକ ନେଇଯାଇଥିବା ନେଇ ଏତଲା ଦେଇଛନ୍ତି ଯୁବତୀଙ୍କ ପରିବାର।