ପୋଲିସ ବି ଅସୁରକ୍ଷିତ । ବିଚ୍ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ମାରିଲେ । ମାଡ଼ ମାରିବା ସହ ଛୁରୀ ମାରିଲେ । କନେଷ୍ଟବଳଙ୍କୁ ଘୋଷାଡ଼ି ଗୋଇଠା ଓ ମୁଥମାଡ଼ । କନ୍ଧମାଳ ଜିଲ୍ଲା ଫୁଲବାଣୀ ଟାଉନଥାନା ସାଇ ମନ୍ଦିର ନିକଟରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଜଣେ କାର୍ଯ୍ୟରତ ପୋଲିସ କନେଷ୍ଟବଳଙ୍କୁ ଦିନ ଦିପହରେ ମରଣାନ୍ତକ ଆକ୍ରମଣ କଲେ ଦୁଇ ନିଶାଗ୍ରସ୍ତ ଯୁବକ । ତଳେ ପକାଇ ଜୀବନରୁ ମାରିଦେବାକୁ ଉଦ୍ୟମ କରିଛନ୍ତି ।ସେହି ସ୍ଥାନରେ ଚା ପିଉଥିବା କିଛି ବ୍ୟକ୍ତି ତୁରନ୍ତ ପୋଲିସକୁ ଫୋନ କରିଥିଲେ । ପୋଲିସ ଆସି କନେଷ୍ଟବଳଙ୍କୁ ବଞ୍ଚାଇଥିଲେ । ଦୁଇ ଯୁବକ ପୋଲିସ କର୍ମଚାରୀଙ୍କ ସହ କୌଣସି କାରଣରୁ ଝଗଡା ହୋଇଥିଲା । ପରେ ତଳେ ପକେଇ ଗୋଇଠା ଉପରେ ଗୋଇଠା ମୁହଁ , ବେକ୍, ଛାତିକୁ ମାରି ଚାଲିଥିଲେ । ଉପସ୍ଥିତ ଲୋକମାନେ କେବଳ ଦେଖଣାହାରୀ ସାଜିଥିଲେ । ଦୁଇ ନିଶାଡ଼ିଙ୍କୁ ଗିରଫ କରିଛି ପୋଲିସ । ସମାନେ ହେଲେ ସନ୍ତୋଷ କୁମାର ପ୍ରଧାନ ଓ ଅଞ୍ଜନ କୁମାର ସ୍ଵାଇଁ ।
