Odia News Portal

ଚନ୍ଦ୍ରଭାଗା ସମୁଦ୍ର କୂଳରେ ଡଲଫିନ ମୃତ୍ୟୁ

କୋଣାର୍କ ଚନ୍ଦ୍ରଭାଗା ସମୁଦ୍ର କୂଳରେ ଡଲଫିନ୍ ମୃତ। କିଛି ସ୍ଥାନୀୟ ଲୋକ ବହୁତ ପରିଶ୍ରମ କରି ଥିବା ବେଳେ ଲହଡି ମାଡରେ ସମୂଦ୍ର ଭିତରକୁ ଯାଇପାରିଲା ନାହିଁ ଡଲଫିନ୍। ଶେଷରେ ମୃତ୍ୟୁ ବରଣ କଲା ଡଲଫିନ୍ । ଆଜି କୋଣାର୍କ ଚନ୍ଦ୍ରଭାଗା କଇଞ୍ଚ ଘର ପାଖରେ ଏକ ଡଲଫିନ୍ କୌଣସି ଆଘାତ ପାଇ ସମୂଦ୍ର ଲହଡି ମାଡରେ କୂଳରେ ଲାଗି ବଞ୍ଚିବାକୁ ଚେଷ୍ଟା କରୁଥିବା ବେଳେ କିଛି ଗଣମାଧ୍ୟମ ପ୍ରତିନିଧିମାନେ ଓ ସ୍ଥାନୀୟ ଲୋକମାନେ ପହଞ୍ଚି ଡଲଫିନ୍ କୁ ବଞ୍ଚାଇବା ପାଇଁ ଚେଷ୍ଟା କରିଥିଲେ ବାରମ୍ବାର ସମୂଦ୍ର ଭିତରକୁ ନେଇ ଛାଡିଥିଲେ ମଧ୍ୟ ବଡବଡ ସମୁଦ୍ର ଢେଉ ମାଡରେ ଡଲଫିନ୍ ଟି କୂଳରେ ଲାଗି ଶେଷରେ ମୃତ ବରଣ କରିଛି । ଏହି ଡଲଫିନ୍ ର ଓଜନ ପ୍ରାୟ ୩୫ରୁ ୪୦ କିଲୋ ଥିବା ବେଳେ ବୟସ ୨ ବର୍ଷରୁ ଅଧିକ ହେବବୋଲି କୋଣାର୍କ ବନଖଣ୍ଡ ଅଧିକାରୀ ସୁଦର୍ଶନ ଦେଉରୀ ସୂଚନା ଦେଇଛନ୍ତି ।