LPG ଗ୍ୟାସ ସିଲିଣ୍ଡର ବିସ୍ଫୋରଣ, ଘରେ ନିଆଁ ଲାଗି 7 ମୃତ By Swadhikar News Last updated Mar 18, 2026 ଭୋରୁ ଭୋରୁ ଘରେ ନିଆଁ ଲାଗି ଏଲପିଜି ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହୋଇଛି । ଭୟଙ୍କର ଅଗ୍ନିକାଣ୍ଡ ଘଟି 7 ଜଣଙ୍କର ମୃତ୍ୟୁ ଘଟିଛି । ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଘର ସହ କାର ଓ ବାଇକ ନିଆଁରେ ଜଳି ଭଷ୍ମ ହୋଇଯାଇଛି । ମଧ୍ୟପ୍ରଦେଶର ଇନ୍ଦୋରରୁ ଅଗ୍ନିକାଣ୍ଡ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି ।ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଭୋର ପ୍ରାୟ 3ଟା ସମୟରେ ଇନ୍ଦୋର ବ୍ରଜେଶ୍ୱରୀ ଏନକ୍ଲେଭରେ ରହୁଥିବା ପୁଗାଲିଆ ପରିବାର ଘରେ ଏକ କାର୍ଯ୍ୟକ୍ରମ କରୁଥିଲେ । ଏହି ସମୟରେ ଘରେ ପ୍ରାୟ 8ରୁ 10 ଜଣ ଲୋକ ଉପସ୍ଥିତ ଥିଲେ । ଘର ତଳେ ପାର୍କିଂ ହୋଇଥିବା ଏକ ଇଲେକ୍ଟ୍ରିକ୍ କାର ଚାର୍ଜିଂ ସମୟରେ ସର୍ଟସର୍କିଟ୍ ହୋଇଥିଲା । ଫଳରେ କାରରେ ନିଆଁ ଲାଗିଯାଇଥିଲା । ପରେ ଘରେ ସଂରକ୍ଷିତ ଏଲପିଜି ସିଲିଣ୍ଡରରେ ବିସ୍ଫୋରଣ ଘଟି ନିଆଁ କୋଠାକୁ ବ୍ୟାପି ଯାଇଥିଲା । ଫଳରେ ଜୋରରେ ବିସ୍ଫୋରଣ ଶୁଣିବା ସହିତ ଚିତ୍କାର ଶୁଣିବାକୁ ମିଳିଥିବା ପଡ଼ୋଶୀମାନେ କହିଛନ୍ତି ।ସେପଟେ ପରିସ୍ଥିତି ଭୟଙ୍କର ହେବା ସହ ଘର ହୁତୁହୁତୁ ହୋଇ ଜଳିବାକୁ ଲାଗିଥିଲା । ଫଳରେ ଘରେ ଥିବା ଲୋକମାନେ ବାହାରକୁ ବାହାରି ପାରିନଥିଲେ । ସେମାନଙ୍କ ମଧ୍ୟରୁ 7 ଜଣଙ୍କର ମୃତ୍ୟୁ ହୋଇଛି । 3 ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ପ୍ରତ୍ୟେକ ଦିଗର ତଦନ୍ତ କରୁଛି ବୋଲି ପୋଲିସ କମିଶନର ସନ୍ତୋଷ ସିଂହ କହିଛନ୍ତି ।ସେପଟେ ଖବର ପାଇ, କଲେକ୍ଟର, ଅନ୍ୟ ପ୍ରଶାସନିକ ଏବଂ ପୋଲିସ ଅଧିକାରୀମାନଙ୍କ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଜିଲ୍ଲାପାଳ ଶିବମ୍ ବର୍ମା କହିଛନ୍ତି, “ଉଦ୍ଧାର କାର୍ଯ୍ୟ ଚାଲିଛି, ଏବଂ ନିଆଁକୁ ନିୟନ୍ତ୍ରଣ କରାଯାଇଛି । ଏହି ଦୁଃଖଦ ଘଟଣାରେ 7 ଜଣଙ୍କର ମୃତ୍ୟୁ ହୋଇଛି । ଦୁଇଟି ମହଲାକୁ ଖାଲି କରାଯାଇଛି, ଆମ ଟିମ୍ ଅନ୍ୟ ଏକ ମହଲାର ତଦନ୍ତ କରୁଛି ।” swadhikarswadhikar news Share