ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ମୌସୁମୀ ଅଧିବେଶନ । ତେବେ ଏହା ପୂର୍ବରୁ ଆଜି ବସୁୁଛି ବିଜେଡି ବିଧାୟକ ଦଳ ବୈଠକ । ଏହି ବୈଠକରେ ଅଧ୍ୟକ୍ଷତା କରିବେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ । ଶଙ୍ଖ ଭବନରେ ଏହି ଗୁରୁତ୍ବପୂର୍ଣ୍ଣ ବୈଠକ ବସିବାକୁ ଯାଉଛି । ବିଧାନସଭାର ମୌସୁମୀ ଅଧିବେଶନ ପାଇଁ ବୈଠକରେ ରଣନୀତି ପ୍ରସ୍ତୁତ କରିବ ଦଳ । ଏମଏମଡିଆର ଆଇନ ପ୍ରସଙ୍ଗରୁ ବହି ତ୍ରୁଟି, ବନ୍ୟା ପରିଚାଳନାରେ ବିଫଳତା, ଆଇନଶୃଙ୍ଖଳା ଆଦି ପ୍ରସଙ୍ଗକୁ ମୁଖ୍ୟ ପ୍ରସଙ୍ଗ କରି ଶାସକ ଦଳକୁ ଘେରିବ ବିଜେଡି । ଓଡିଶାର ସ୍ୱାଧୀନତାକୁ କେନ୍ଦ୍ର ଅପହରଣ କରିଥିବାରୁ ଏ ପ୍ରସଙ୍ଗରେ ବିଜେପିକୁ ଘେରିବାକୁ ଦଳ ବିଧାୟକ ଦଳ ବୈଠକରେ ରଣନୀତି ପ୍ରସ୍ତୁତ କରାଯିବ ।
