Odia News Portal

ବାପାକୁ ମାରିଦେଲା ମଦୁଆ ପୁଅ

ବାଲେଶ୍ୱର: ମଦୁଆ ପୁଅର ଉନ୍ମୁକ୍ତ କାଣ୍ଡ । ନିଶାରେ ଅମଣିଷ ହୋଇଯାଇଛି ନର ରାକ୍ଷସ । ନିଜ ଜନ୍ମକଲା ବାପାକୁ ହାଣି ଦେଇଥିବା ଅଭିଯୋଗ ହୋଇଛି । ବାଲେଶ୍ୱର ଜିଲ୍ଲା ଔପଦା ଥାନା ପାଇକପଡ଼ାରୁ ଆସିଛି ଏଭଳି ଖବର । ପୋଲିସ ଅଭିଯୁକ୍ତ ଶ୍ରୀକାନ୍ତ ନାୟକୁ ଗିରଫ କରିଥିବା ବେଳେ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ଲାଗି ପଠାଇ ଦେଇଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।

ଅନାମ ନାୟକଙ୍କ ପୁଅ ହେଉଛି ଶ୍ରୀକାନ୍ତ । ବାର୍ଦ୍ଧକ୍ୟ ଭତ୍ତା ପାଇଥିଲେ ଅନାମ । ଶ୍ରୀକାନ୍ତ ତାଙ୍କୁ ଏହି ଟଙ୍କା ମାଗିଥିଲା । ପୁଅକୁ ଟଙ୍କା ଦେଇ ନଥିଲେ ଅନାମ । ଏହି ରାଗରେ ନିଶାରେ ଘରକୁ ଆସି ବାପାକୁ ହାଣି ଦେଇଥିଲା ଶ୍ରୀକାନ୍ତ । ତେବେ ଗାଁ ଲୋକେ ଅଭିଯୁକ୍ତର ହାତଗୋଡ଼ ବାନ୍ଧି ପକାଇଥିଲେ । ଏହାପରେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଖବର ପାଇ ଅଭିଯୁକ୍ତକୁ ଗିରଫ କରିଛି ।