Odia News Portal

ବ୍ୟବସାୟୀଙ୍କୁ ବିଚ୍ ରାସ୍ତାରେ ଗୁଳିମାଡ଼

କଟକ: ଦିନକୁ ଦିନ ବଢ଼ିବାରେ ଲାଗିଛି ଅପରାଧ । ପଇସା ପାଇଁ ହେଉ କିମ୍ବା ପୂର୍ବ ଶତୃତାକୁ କେନ୍ଦ୍ର କରି ଦୁର୍ବୃତ୍ତ ଅପରାଧ କରିବାକୁ ପଛାଉ ନାହାନ୍ତି । ଏହାରି ମଧ୍ୟରେ ବ୍ୟବସାୟୀଙ୍କୁ ବିଚ୍ ରାସ୍ତାରେ ଗୁଳି କରିଛନ୍ତି ୨ ଦୁର୍ବୃତ୍ତ । କଟକ ସହର ଉପକଣ୍ଠ କନ୍ଦରପୁର ଥାନା ଅଥଙ୍ଗା ଠାରେ ଗୁଳିମାଡ କରିଥିବା ସୂଚନା ମିଳିଛି । ଗୋଟିଏ ବାଇକରେ ଆସି ଗୁଳିମାଡ କରିଛନ୍ତି ୨ ଦୁବୃତ୍ତ । ସୂଚନା ମୁତାବକ, ଗୋଡରେ ଗୁଳି ବାଜିଥିବା ବେଳେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ମାତ୍ର ଲୁଟ ନେଇ ସ୍ପଷ୍ଟ ହୋଇନାହିଁ । ଖବର ପାଇ ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ପୁଲିସ ପହଂଚି ଏହାର ତଦନ୍ତ ଆରମ୍ଭ କରିଛନ୍ତି ।