Odia News Portal

ରୋଗୀଙ୍କୁ ଦୁଷ୍କର୍ମ କଲେ କମ୍ପାଉଣ୍ଡର

ୟୁପି: ଲଜ୍ଜା । ପୁଣି ଲଜ୍ଜା । ଦେହର ସୁଖ ଲାଗି ମଣିଷ ପାଲଟି ଯାଉଛି ପଶୁ । ଡାକ୍ତର ଓ କମ୍ପାଉଣ୍ଡର କଳିଯୁଗରେ ଚଳନ୍ତି ଠାକୁର ବୋଲି କୁହାଯାଏ । କିନ୍ତୁ ଜଣେ କମ୍ପାଉଣ୍ଡର ମହିଳା ରୋଗୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ଆସିଛି । ଅଭିଯୁକ୍ତ କମ୍ପାଉଣ୍ଡରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଉତ୍ତରପ୍ରଦେଶର ଆଜମଗଡ଼ରୁ ଆସିଛି ଏଭଳି ଲଜ୍ଜାଜନକ ଖବର ।

ଚିକତ୍ସିତ ହେବା ଲାଗି ମେଡିକାଲରେ ଭର୍ତ୍ତି ହୋଇଥିଲେ ଜଣେ ୨୫ ବର୍ଷୀୟା ମହିଳା ରୋଗୀ । କମ୍ପାଉଣ୍ଡର ପ୍ରତିଦିନ ରାତିରେ ଦୁଷ୍କର୍ମ କରୁଥିଲେ । ତେବେ ଗୋଟିଏଦିନ ମହିଳାଙ୍କ ସ୍ୱାମୀ ଦେଖିବା ପରେ ଫେରାର ହୋଇଯାଇଥିଲେ କମ୍ପାଉଣ୍ଡର । ଏନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଘଟଣାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।