Odia News Portal

ଅଶ୍ଳୀଳ ଭିଡ଼ିଓ ଦେଖି ନାବାଳିକାକୁ ଟେକି ନେଇ ଦୁଷ୍କର୍ମ କଲେ ୭ ନାବାଳକ

ଚଣ୍ଡିଗଡ଼: ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ୭ଜଣ ମିଶି ଦୁଷ୍କର୍ମ କରିଛନ୍ତି । ତେବେ ଏଭଳି ଜଘନ୍ୟକାଣ୍ଡ ଘଟାଇଛନ୍ତି ନାବାଳକ । ୭ଜଣ ନାବାଳକ ମିଶି ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ତେବେ ସେମାନେ ଅଶ୍ଳିଳ ଭିଡିଓ ଦେଖିବାର ପରେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଜଣା ପଡିଛି । ପୋଲିସ ଏହି ଘଟଣାରେ ସମସ୍ତ ନାବାଳକଙ୍କୁ ଅଟକ ରଖି ପଚରା ଉଚରା କରୁଛି ।

ହରିୟାଣାରୁ ଆସିଛି ଏଭଳି ଲଜ୍ଜା ଖବର । ନାବାଳିକା ଜଣକ ବାହାରେ ଖେଳୁଥିବା ବେଳେ ଅଭିଯୁକ୍ତମାନେ ତାକୁ ଟେକି ନେଇଥିଲେ । ଜଣକ ପରେ ଜଣେ ଦୁଷ୍କର୍ମ କରିଥିଲେ । ତେବେ ଦୁଷ୍କର୍ମ କରୁଥିବା ସମୟର ଭିଡିଓକୁ ମଧ୍ୟ ସେମାନେ ମୋବାଇଲେ ଉଠାଇଥିଲେ । ଯଦି ଏହି କଥା କାହା ଆଗରେ କହିବୁ ତେବେ ଭିଡିଓ ସମସ୍ତଙ୍କୁ ଦେଖାଇ ଦେବୁ ବୋଲି ଧମକ ଦେଇଥିଲେ । ମେ ୨୪ ତାରିଖରେ ଘଟିଥିବା ଏହି ଘଟଣା ଆଜି ଜଣା ପଡିଛି । ଝିଅଟି କାନ୍ଦି କାନ୍ଦି ଘର ଲୋକଙ୍କୁ କହିବା ପରେ ଅଭିଯୋଗ କରିଛନ୍ତି ପିଡିତାଙ୍କ ବାପା । ୭ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୫ଜଣ ୧୨ ବର୍ଷ ବୟସରୁ କମ ହେବେ । ତେବେ ସେମାନଙ୍କ ମଧ୍ୟରେ ଥିବା ଜଣେ ୧୮ ବର୍ଷୀୟ ବାଳକ ସେମାନଙ୍କୁ ଅଶ୍ଳୀଳ ଭିଡିଓ ଦେଖାଇ ଏଭଳି କରିବାକୁ ବାଧ୍ୟ କରିଥିବା ପୋଲିସ ସାମନାରେ କହିଛନ୍ତି ।