Odia News Portal

ଜାଣନ୍ତୁ ଆର୍ୟନଙ୍କ ଜାମିନ୍ ପଛରେ କଣ ରହିଛି ସର୍ତ୍ତ

ମୁମ୍ବାଇ : ଅକ୍ଟୋବର ୨ ତାରିଖ ରାତିରେ ମୁମ୍ବାଇରୁ ଗୋଆ ଅଭିମୁଖେ ଯାତ୍ରା କରୁଥିବା ଜାହାଜରେ ରେଭ ପାର୍ଟିରୁ ଗିରଫ ହୋଇଥିବା ଆରୟନ୍ ଖାନଙ୍କୁ ୨୫ ଦିନ ପରେ ହାଇକୋର୍ଟରୁ ଜାମିନ ମିଳିଛି । କୋର୍ଟରେ ତାଙ୍କୁ ସର୍ତ୍ତମୁଳକ ଜାମିନ ପ୍ରଦାନ କରାଯାଇଛି । ଯେଉଁଥିରେ କୁହାଯାଇଛି ଯେ ଆରୟନ୍ ଖାନ୍‌ଙ୍କୁ ୧ ଲକ୍ଷ ଟଙ୍କାର ଏକ ବଣ୍ଡ ଦାଖଲ କରିବାକୁ ପଡିବ , ଏହା ସହିତ ଆଗକୁ କୌଣସି ଅପରାଧିକ କାର୍ଯ୍ୟରେ ଲିପ୍ତ ରହିବେ ନାହିଁ ଏବଂ ସହ-ଅଭିଯୁକ୍ତଙ୍କ ସହ ଯୋଗାଯୋଗ କରିବେ ନାହିଁ ।

କେବଳ ଏତିକି ନୁହେଁ ତୁରନ୍ତ ପାସପୋର୍ଟକୁ ସ୍ୱତନ୍ତ୍ର କୋର୍ଟରେ ଜମା କରିବେ, ପ୍ରତି ସପ୍ତାହର ଶୁକ୍ରବାର ଦିନ ୧୧ ରୁ ୨ ଟା ମଧ୍ୟରେ ମୁମ୍ବାଇର ଏନସିବି କାର‌୍ୟ୍ୟାଳୟରେ ହାଜର ହେବେ । ଆରୟନ୍ ଏନଡିପିଏସ୍ କୋର୍ଟର ଅନୁମତି ବିନା ଦେଶ ଛାଡି ପାରିବେ ନାହିଁ ।