Odia News Portal

ଏନସିବିରେ ହାଜର ହେଲେ ଆର୍ୟନ

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ମାମଲାରେ ଛନ୍ଦି ହୋଇଥିବା ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଶୁକ୍ରବାର ଏନସିବିରେ ହାଜର ହୋଇଛନ୍ତି । ପୂର୍ବ ।ହ୍ନ ୧୧ଟାରୁ ଅପରାହ୍ଣ ୨ଟା ମଧ୍ୟରେ ‘ଏନ୍ସିବି’ରେ ଉପସ୍ଥିତ ହେବାକୁ ତାଙ୍କ ପ୍ରତି ନିର୍ଦେଶ ଜାରି ହୋଇଥିଲା । ‘ଡ୍ରଗ୍ସ୍-ଅନ୍-କ୍ରୁଜ୍’ ମାମଲାରେ ଗିରଫ ହୋଇ ମୁମ୍ବାଇ ଆର୍ଥର୍ ରୋଡ୍ ଜେଲ୍ରେ ଥିବା ଆର୍ୟାନ୍ଙ୍କୁ ଜାମିନ ମଞ୍ଜୁର କରିବା ସମୟରେ ବମ୍ବେ ହାଇକୋର୍ଟ ରଖିଥିବା କେତେକ ସର୍ତ୍ତ ମଧ୍ୟରୁ ଉପରୋକ୍ତ ସର୍ତ୍ତ ଅନ୍ୟତମ ।