Odia News Portal

ଗିରଫ ହେଲେ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ

ମୁମ୍ବାଇ: ମୁମ୍ବାଇରୁ ଗୋଆ ଯାଉଥିବା ଏକ କ୍ରୁଜରେ ଚାଲିଥିବା ରେଭ୍ ପାର୍ଟି ଓ ସେଠାରୁ ଜବତ ହୋଇଥିବା ଡ୍ରଗ୍ସ ମାମଲାରେ ଅଟକ ଥିବା ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ୟ୍ୟନ୍ ଗିରଫ ହୋଇଛନ୍ତି । ଏଥିସହିତ ତାଙ୍କର ଅନ୍ତରଙ୍ଗ ବନ୍ଧୁ ଅରବାଜ୍ ମର୍ଚ୍ଚାଣ୍ଟ, ମୁନମୁନ୍ ଧେମେକା, ନୂପୁର ସାରିକା, ଇସମିତ୍ ସିଂ, ମୋହକ ଜସୱାଲ୍, ବିକ୍ରାନ୍ତ ଚ୍ଛୋକର ଓ ଗୋମିତ୍ ଚୋପ୍ରାଙ୍କୁ ମଧ୍ୟ ଗିରଫ କରାଯାଇଛି।

ଆର୍ୟ୍ୟନ୍ ଓ ତାଙ୍କ ବନ୍ଧୁମାନଙ୍କୁ ଦୀର୍ଘ ସମୟ ଧରି ପଚରାଉଚରା କରିବା ପରେ ଗିରଫ କରିଛି ‘ନାକ୍ରୋଟିକ୍ କଣ୍ଟ୍ରୋଲ୍ ବ୍ୟୁରୋ’ (ଏନ୍ସିବି) । ତେବେ ପୂର୍ବରୁ ଏନସିବି ମୁଖ୍ୟ ତଥା ଓଡ଼ିଆ ଅଧିକାରୀ ସତ୍ୟନାରାୟଣ ପ୍ରଧାନ ପ୍ରତିକ୍ରିୟାରେ କହିଥିଲେ କି ଯିଏ ବି ହୁଅନ୍ତୁ, ଯେତେବଡ଼ ବ୍ୟକ୍ତି ବି ହୁଅନ୍ତୁ, ଆଇନ ତା’ବାଟରେ ଯିବ, କାହାକୁ ଛଡ଼ାଯିବନି । ସମସ୍ତେ ତଦନ୍ତ ପରିସରଭୁକ୍ତ ହେବେ । କାରଣ ଡ୍ରଗ୍ସମୁକ୍ତ ଭାରତ ଆମର ଲକ୍ଷ୍ୟ ।