Odia News Portal

ସପ୍ତାହର ଏହିଦିନ ଭୁଲରେ ବି ତୁଳସୀ ଗଛକୁ ଛୁଅନ୍ତୁ ନାହିଁ

ତୁଳସୀ ଗଛ। ପ୍ରତ୍ୟେକ ଙ୍କ ଘରେ ଏହି ଗଛକୁ ଆପଣ ପାଇବେ। ସମସ୍ତେ ଏହି ଗଛକୁ ପୂଜା କରନ୍ତି। ଏ ହେଉଛନ୍ତି ମାଆ ବୃନ୍ଦାବତି। କିନ୍ତୁ ଅନେକ ନିୟମ ରହିଛି ଏହି ଗଛକୁ ପୂଜା କରିବା ପାଇଁ.. ଆପଣ ମନଇଚ୍ଛା ଏହାକୁ ପୂଜା କଲେ ଆଉ ଗଛ ସ୍ପର୍ଶ କରି ପତ୍ର ଛିଣ୍ଡାଇଲେ ଭାଗ୍ୟରେ ଦୁର୍ଦ୍ଦଶା ଆସିଯିବ। ଆଜି ଜାଣନ୍ତୁ କେଉଁ ସବୁ ଦିନ ମାନରେ ତୁଳସୀ ପତ୍ରକୁ ଛିଡାଇବା ବାରଣ କରାଯାଇଛି । ଏମିତିକି ଆପଣ ଏହି ପତ୍ରକୁ ଛୁଇଁ ମଧ୍ୟ ପାରିବେ ନାହିଁ।

ହିନ୍ଦୁ ଧର୍ମରେ ତୁଳସୀଙ୍କୁ ପୂଜା କରାଯାଏ। ତୁଳସୀ ମାତାଙ୍କୁ ପବିତ୍ର ବୋଲି ଧରାଯାଏ। ପ୍ରତ୍ୟକ ଦିନ ସକାଳୁ ସ୍ନାନ କରି ତୁଳସୀ ଗଛକୁ ପୂଜା ଏବଂ ପରିକ୍ରମା କରିବା ଆବଶ୍ୟକ। ଏହାପରେ ତୁଳସୀଙ୍କର ମନ୍ତ୍ରକୁ ପଢ଼ିବା ଉଚିତ। ଏହି ମନ୍ତ୍ରକୁ ପଢ଼ିବା ବେଳେ ଘରର ପୂର୍ବ ଦିଶା ଆଡକୁ ମୁହଁ କରିକି ବସିବା ଉଚିତ। ଏହାପରେ ଗାଈର ଶୁଦ୍ଧ ଘୀଅରେ ଦୀପ ଜଳାଇ ତୁଳସୀ ମାଳକୁ ଅତିକମରେ ୧୦୮ ଥର ମନ୍ତ୍ରକୁ ଜପ କରିବା ଉଚିତ କାରଣ ଏହା ଦ୍ବାରା ବହୁତ ଲାଭ ହୋଇଥାଏ।

ପ୍ରାଚୀନ ସମୟରୁ ଆମ ପୂର୍ବଜ ମାନେ ତୁଳସୀ ଗଛକୁ ପୂଜା କରି ଆସୁଛନ୍ତି । ଆମ ହିନ୍ଦୁ ଶାସ୍ତ୍ରରେ ତୁଳସୀ ଗଛକୁ ବହୁତ ପବିତ୍ର ମନାଯାଏ।। ତେବେ ତୁଳସୀ ଗଛରେ ସବୁ ପ୍ରକାର ଦେବୀ ଦେବତାଙ୍କ ବାସ ରହିଥାଏ ବୋଲି ବିଶ୍ୱାସ ରହିଛି। ଶାସ୍ତ୍ର ଅନୁଯାଇ ସବୁ ହିନ୍ଦୁ ମାନଙ୍କ ଘରେ ତୁଳସୀ ରହିବା ବହୁତ ଜରୁରୀ। ପ୍ରତିଦିନ ତୁଳସୀ ଗଛକୁ ପୂଜା କବା ଦ୍ୱାରା ଆପଣଙ୍କ ଘର ଉପରେ ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କ କୃପା ରହିଥାଏ।

ଆମେ ଆଜି ଆପଣଙ୍କୁ କହିବୁ କି ଆପଣ କିଭଳି ଭାବେ ମା ତୁଳସୀଙ୍କର ପୂଜା କରିବା ଦ୍ଵାରା ଲାଭ ବାନ ହୋଇପାରିବେ । ଆପଣମାନେ ଅନେକ ଲୋକଙ୍କ ଘରେ ଦେଖିଥିବେ କି ସେମାନେ ନିଜ ତୁଳସୀ ଗଛ କୁ ସଠିକ ଭାବେ ଯତ୍ନ କରି ନଥାନ୍ତି । କିନ୍ତୁ ଦେଖିବା ପାଇଁ ଗଲେ ତୁଳସୀ ଗଛ କୁ ଧାର୍ମିକ ମତରେ ଅଧିକ ମାନ୍ୟତା ମିଳିଛି ।

ତୁଳସୀଙ୍କୁ ପ୍ରତ୍ୟେକଦିନ ପୂଜା କରିବା ଦ୍ବାରା ଘରେ ଧନ-ବୈଭବ, ସୁଖ-ସମ୍ରୁଦ୍ଧି ଏବଂ ନିରୋଗ ରହିବା ସହିତ ମୋକ୍ଷ ପ୍ରାପ୍ତି ହୋଇଥାଏ ତଥା ତୁଳସୀ ନାମାଷ୍ଟକ ମନ୍ତ୍ର ପାଠ କରିବା ଦ୍ବାରା ଜୀବନରେ ପୂର୍ଣ୍ଣ କର୍ମର ଉଦୟ ହୋଇଥାଏ।

ହିନ୍ଦୁ ଧର୍ମରେ ତୁଳସୀ ଗଛର ବିଶେଷ ମହତ୍ତ୍ବ ରହିଛି। ଘରେ ତୁଳସୀ ଗଛ ଲଗାଇବା ଦ୍ବାରା ସୁଖଶାନ୍ତି ଏବଂ ସମୃଦ୍ଧି ଆସିଥାଏ। ତୁଳସୀ ଗଛ ମାତା ଲକ୍ଷ୍ମୀଙ୍କର ପ୍ରତୀକ ଅଟେ। ଏହାକୁ ଘରେ ଲଗାଇବା ଦ୍ବାରା ଧନର ଅଭାବ ହୋଇ ନଥାଏ। ଏହା ଛଡା ସକାରାତ୍ମକ ଉର୍ଜ୍ଜା ଆସିଥାଏ। ଶାସ୍ତ୍ରରେ ତୁଳସୀ ଗଛର ପତ୍ରକୁ ଛିଡାଇବା ଏବଂ ଲଗାଇବାରେ କିଛି ନିୟମ ବିଷୟରେ କୁହାଯାଇଛି।

ବାସ୍ତୁ ଅନୁସାରେ ତୁଳସୀ ଗଛକୁ ସବୁବେଳେ ଘରର ଉତ୍ତର ଏବଂ ପୂର୍ବ ଦିଗରେ ଲଗାଇବା ଉଚିତ। ଦକ୍ଷିଣ ଦିଗ ଏବଂ ରୋଷେଇ ଘର ପାଖରେ କେବେବି ତୁଳସୀ ଗଛ ଲଗାଇବା ଉଚିତ ନୁହେଁ।

ଶାସ୍ତ୍ରରେ ତୁଳସୀ ପତ୍ରକୁ ତୋଳିବାର ନିୟମ କୁହାଯାଇଛି। ଯେଉଁଥି ପାଇଁ ରବିବାର ଏବଂ ମଙ୍ଗଳବାରରେ ତୁଳସୀର ପତ୍ରକୁ ତୋଳିବା ଉଚିତ ନୁହେଁ। ରବିବାର ଦିନକୁ ଭଗବାନ ବିଷ୍ଣୁଙ୍କର ସବୁଠୁ ପ୍ରୀୟ ଦିନ ବୋଲି ଧରାଯାଏ। ଏହାଛହା ତୁଳସୀ ଭଗବାନ ବିଷ୍ଣୁଙ୍କର ପ୍ରୀୟ ହୋଇଥାଏ। ଏଥିପାଇଁ ରବିବାରରେ ତୁଳସୀ ପତ୍ରକୁ ଛିଡାଇବା ଉଚିତ ନୁହେଁ।

ଏକାଦଶୀ, ସଂକ୍ରାନ୍ତି, ସୁର୍ଯ୍ଯଗ୍ରହଣ, ଚନ୍ଦ୍ର ଗ୍ରହଣ ଏବଂ ସନ୍ଧ୍ୟା ସମୟରେ ତୁଳସୀ ପତ୍ରକୁ ତୋଳିବା ଉଚିତ ନୁହେଁ। ଏହା ସହିତ କେବେବି ଅଯଥାରେ ତୁଳସୀ ପତ୍ରକୁ ଛିଡାଇବା ଉଚିତ ନୁହେଁ।