Odia News Portal

ଟ୍ରେନ୍ ଦୁର୍ଘଟଣାକୁ ନେଇଦୁଃଖପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଟ୍ରେନ ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଦୁଃଖପ୍ରକାଶ । ମୃତକଙ୍କ ପରିବାରକୁ ସମବେଦନା ଜଣାଇଲେ ନବୀନ । ଏହାସହ ଦୁର୍ଘଟଣାରେ ଗୁରୁତର ଆହତଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । ତୁରନ୍ତ ସହାୟତା ପାଇଁ ଏସଆରସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରାୟଗଡ଼ା, କୋରାପୁଟ ଜିଲ୍ଲା ପ୍ରଶାସନକୁ ସଜାଗ ରହିବା ପାଇଁ ନିଦ୍ଦେର୍ଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିସନର । ଅନ୍ୟପଟେ ଉଦ୍ଧାର କାର୍ୟ୍ୟରେ ସହାୟତା ପାଇଁ ଓଡିଶାରୁ ଅଗ୍ନିଶମ ବାହିନୀ ବିଜୟନଗରମ ଯାଇଛନ୍ତି । ଓଡ଼ିଆ ଯାତ୍ରୀଙ୍କ ଆସିବା ପାଇଁ ବସ୍ ମଧ୍ୟ ପଠାଯାଇଛି ।