Odia News Portal

ବ୍ରାଉନସୁଗାର ଜବତ, ଜଣେ ଗିରଫ

 କେନ୍ଦୁଝର ଜିଲ୍ଲାରେ ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା । ତେବେ ଏନେଇ ପୂର୍ବରୁ ଅନେକ ଅଭିଯୋଗ ହୋଇଆସୁଥିଲେ ମଧ୍ଯ ପୋଲିସ ଏନେଇ କୌଣସି ଟେରି ପାଉନଥିଲା ।

ସୂଚନା ଅନୁଯାୟୀ, ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ଓରାଳି ବଜାରରେ ବ୍ରାଉନସୁଗାର ବେପାର ହେଉଥିବା ନେଇ ଅବକାରୀ ବିଭାଗକୁ ଖବର ମିଳିଥିଲା। ଅବକାରୀ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶକ୍ରମେ ସମ୍ବଲପୁରର ଏକ ସ୍ପେସିଆଲ ଟିମ୍ ଯୋଜନାବଦ୍ଧ ଭାବେ ଘଟଣାକୁ ନଜରରେ ରଖି ତଦନ୍ତ ଆରମ୍ଭ କରିଥିଲେ। ଶୁକ୍ରବାର ସକାଳେ ଭଦ୍ରକ ଅଞ୍ଚଳର ରବୀନ୍ଦ୍ର ବାରିକ ନାମକ ଜଣେ ଯୁବକ ୧୫ ପ୍ୟାକେଟ ବ୍ରାଉନସୁଗାର ନେଇ ଆସୁଥିବା ସମୟରେ ମାଡ଼ି ବସିଥିଲା ସ୍କ୍ୱାର୍ଡ। ତା ନିକଟରୁ ୫୪ ଗ୍ରାମ ଧଳା ଜହର ଜବତ କରାଯାଇଛି ।

ଜବତ ବ୍ରାଉନ ସୁଗାର ମୂଲ୍ୟ ପ୍ରାୟ ୧ ଲକ୍ଷ ୪୦ ହଜାର ଟଙ୍କା ହେବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି । ତେବେ ଗିରଫ ଅଭିଯୁକ୍ତ ଜଣଙ୍କ ଚରମ୍ପାରୁ ବ୍ରାଉନସୁଗାର ଆଣିଥିବା କହିଛି ।