Odia News Portal

ଭୁବନେଶ୍ୱରରୁ ଗୌହାଟି ଦେଢ ଘଣ୍ଟା, ଆଜି ଠୁ ଆରମ୍ଭ ହେବ ବିମାନ ସେବା

ଦେଢ ଘଣ୍ଟାରେ ଭୁବନେଶ୍ୱରରୁ ଗୌହାଟି ପହଞ୍ଚିବେ । ଓଡ଼ିଶାରୁ ଗୌହାଟୀ ସିଧାସଳଖ ଉଡ଼ିବ ବିମାନ । ଆଜିଠାରୁ ଆରମ୍ଭ ହେବ ଏହି ସେବା । ଏହାସହ ଉତ୍ତର-ପୂର୍ବ ରାଜ୍ୟ ସହ ଯୋଡ଼ି ହେବ ଓଡ଼ିଶା ।

ପ୍ରତିଦିନ ଅପରାହ୍ନ 1.28 ରେ ଭୁବନେଶ୍ୱର ଛାଡ଼ି 2.55 ରେ ଗୌହାଟି ପହଞ୍ଚିବ । ଏହା ପରେ ଅପରାହ୍ନ 3.50 ରେ ଗୌହାଟି ରୁ ବିମାନ ଉଡ଼ାଣ ଭରି ସନ୍ଧ୍ୟା 5.20 ରେ ରେ ଭୁବନେଶ୍ୱର ପହଞ୍ଚିବ ।

ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ଦୈନିକ ଚାଲିବ ବିମାନ । ସପ୍ତାହର ସବୁଦିନ ସେବା ଯୋଗାଇବ ଇଣ୍ଡିଗୋ । ଏହା ପରେ ଆଗକୁ ଜମ୍ମୁ, ଚଣ୍ଡିଗଡ ଓ ସୁରଟକୁ ସିଧାସଳଖ ଉଡିପାରେ ବିମାନ । ଯାତ୍ରୀଙ୍କ ଆବଶ୍ୟକତାକୁ ଦେଖି ଏୟାରପୋର୍ଟ କର୍ତ୍ତୃପକ୍ଷ ନେବେ ନିଷ୍ପତ୍ତି । ଯାତ୍ରୀଙ୍କ ଭିଡକୁ ଦେଖି ଯୋଜନା କରୁଛନ୍ତି ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର କର୍ତ୍ତୃପକ୍ଷ । ପୂର୍ବରୁ ଓଡ଼ିଶା ସହ ଯୋଡି ହୋଇଛି 20 ଟି ଡେଷ୍ଟିନେସନ । ଦୈନିକ 13 ହଜାରରୁ ଅଧିକ ଯାତ୍ରୀ ଯାତାୟତ କରୁଛନ୍ତି ।