Odia News Portal

ରାଜ୍ୟର ୧୫ଟି ଜିଲ୍ଲା ଭୂମିକମ୍ପପ୍ରବଣ

ରାଜ୍ୟର ୧୫ଟି ଜିଲ୍ଲା ଭୂମିକମ୍ପପ୍ରବଣ । ଏହି ଜିଲ୍ଲାଗୁଡ଼ିକ ମଧ୍ୟମ ଧରଣର ଭୂମିକମ୍ପପ୍ରବଣ(ଜୋନ୍‌) ଭାବେ ଚିହ୍ନଟ ହୋଇଛି ବୋଲି ରାଜସ୍ୱ ଓ ବିପର୍ୟ୍ୟୟ ମନ୍ତ୍ରୀ ସୁଦାମ ମାର୍ଣ୍ଡି କହିଛନ୍ତି ।

ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଶ୍ରୀ ମାର୍ଣ୍ଡି କହିଛନ୍ତି ଯେ, ଜାତୀୟ ବିପର୍ୟ୍ୟୟ ପରିଚାଳନା ପ୍ରାଧିକରଣ(ଏନଡିଏମଏ), ନିର୍ମାଣ ସାମଗ୍ରୀ ଓ ପ୍ରଯୁକ୍ତିବିଦ୍ୟା ପ୍ରୋତ୍ସାହନ ପରିଷଦ(ବିଏମପିଟିସି), ଗୃହନିର୍ମାଣ ଓ ସହରାଂଚଳ ଦାରିଦ୍ର‌୍ୟ ଦୂରୀକରଣ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ଭାରତର ଭୂମିକମ୍ପ ହାଜାର୍ଡ ଜୋନିଂ ଆଟଲାସ୍ (୨୦୧୬)ର ତଥ୍ୟ ଅନୁସାରେ ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ଦେବଗଡ଼, ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲା ମଧ୍ୟମଧରଣର ଭୂମିକମ୍ପପ୍ରବଣ(ଜୋନ-୩) ଅଂଚଳରେ ରହିଛି ।