Odia News Portal

ମହିଳାଙ୍କୁ ଏସିଡ୍ ଆକ୍ରମଣ ଘଟଣାରେ ୪ ଗିରଫ

ଏସିଡ୍ ଆକ୍ରମଣ ଘଟଣାରେ ୪ ଗିରଫ । ଫେରାର ଅଭିଯୁକ୍ତଙ୍କୁ ବାନ୍ଧିଲା ଝାରସୁଗୁଡ଼ା ପୋଲିସ । ଗତ ୭ ତାରିଖ ଦିନ ଝାରସୁଗୁଡ଼ା ଜିଲ୍ଲା କିର୍ମିରା ବ୍ଲକ କାଦୋବାହାଲ ଜଙ୍ଗଲରେ ମୋହିନୀ ବାଗଙ୍କୁ ଏସିଡ ଆକ୍ରମଣ ହୋଇଥିଲା ।
ଖବର ଅନୁଯାୟୀ, ଝାରସୁଗୁଡ଼ା ଜିଲ୍ଲା କିର୍ମିରା ବ୍ଲକର ଅର୍ଡା ସରକାରୀ ହାଇସ୍କୁଲରେ ପିଅନ ଭାବେ କାର‌୍ୟ୍ୟ କରୁଥିଲେ ମୋହିନୀ ବାଗ । ଫେବୃଆରୀ ୭ ତାରିଖ ଦିନ ଅପରାହ୍ନରେ ସ୍କୁଲରେ ଫେରୁଥିବା ସମୟରେ ଦୁଇ ଜଣ ଦୁର୍ବୃତ୍ତ କାଦୋବାହାଲ ଜଙ୍ଗଲ ମେଟାକାନି ନିକଟରେ ଏସିଡ୍ ମାଡ କରିଥିଲେ । ଯାହାପରେ ଫେରାର ଥିଲେ ଦୁର୍ବୃତ୍ତ । ଆଉ ଏବେ ଏହି ଘଟଣାରେ ଆକ୍ସନ ନେଇଛି ଝାରସୁଗୁଡ଼ା ପୋଲିସ । ଏସିଡ ମାଡ଼ ଘଟଣାରେ ୪ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ୩ ଜଣ ପୁରୁଷ ଓ ଜଣେ ମହିଳା ଥିବା ଝାରସୁଗୁଡା ଏସ୍ପି ସୂଚନା ଦେଇଛନ୍ତି ।