Odia News Portal

ଲଭ୍‌- ସେକ୍ସ ପରେ ଧୋକା ଦେଲା ପ୍ରେମିକ, ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ

ବାଲେଶ୍ୱର: ପୁଣି ପ୍ରେମ ଶବ୍ଧରେ ଲାଗିଲା କଳଙ୍କର ଛିଟା । ଲଭ-ସେକ୍ସ ପରେ ଧୋକା ଦେଲା ପ୍ରେମିକ । ଏପରିକି ଯୁବତୀଙ୍କ ବିବାହ ଅନ୍ୟତ୍ର ଠିକ ହୋଇଥିବା ବେଳେ ଭାଙ୍ଗି ଦେଇଛନ୍ତି ବେଇମାନ ପ୍ରେମିକ । ଶେଷରେ ପରିବାର ଲୋକଙ୍କ ଗାଳି ସହି ନପାରି ହାତ କାଟି ଆତ୍ମହତ୍ୟା ଉଦ୍ୟମ କଲେ ଯୁବତୀ । ବାଲେଶ୍ୱର ଜିଲ୍ଲା ଖଇର ଥାନା ଉଦେଇପୁର ଗାଁରୁ ଆସିଛି ଏଭଳି ଖବର । ଗୁରୁତର ଆହତ ଯୁବତୀଙ୍କୁ ସୋର ମେଡିକାଲରେ ଚିକିତ୍ସା କରାଯାଉଛି ।

ଉଦେଇପୁର ଗାଁର ଶ୍ରୀକାନ୍ତ ଦାଶ ନାମକ ଜଣେ ଯୁବକଙ୍କ ସହ ଯୁବତୀଙ୍କ ପ୍ରେମ ହୋଇଥିଲା । ଉଭୟ ଦୀର୍ଘଦିନ ମିଳାମିଶ କରିବା ପରେ ତାମିଲନାଡୁ ନେଇ ଫେରାର ହୋଇଥିଲା ଶ୍ରୀକାନ୍ତ । ବାରମ୍ବାର ଶାରିରୀକ ସମ୍ପର୍କ ରଖିଥିଲା । ଏପରିକି ଯୁବତୀଙ୍କ ଗର୍ଭନଷ୍ଟ କରିଥିବା ଶ୍ରୀକାନ୍ତ । ଶେଷରେ ଗାଁକୁ ଉଭୟ ଫେରି ଆସିଥିଲେ । କିଛିଦିନ ପରେ ଗାଁ ଫେରିବା ପରେ ଯୁବତୀଙ୍କୁ ପ୍ରତାରଣା ଦେଇଥିଲା । ତେବେ ଝିଅର ବିବାହ ଅନ୍ୟ ଜାଗାରେ ଠିକ କରିଥିଲେ ପରିବାର ଲୋକେ ।

ଧୋକା ଦେବା ପରେ ଶ୍ରୀକାନ୍ତର ମନ ବୁଝିନଥିଲା । ସେ ଯୁବତୀଙ୍କ ସହ ରଖିଥିବା ଅନ୍ତରଙ୍ଗ ମୂହୂର୍ତ୍ତର ଭିଡିଓ ଓ ଫଟୋ ଭାଇରାଲ କରିଥିଲା । ଯେଉଁ କାରଣରୁ ଯୁବତୀଙ୍କ ବିବାହ ଭାଙ୍ଗି ଯାଇଥିଲା । ପରିବାର ଲୋକେ ଝିଅକୁ ପ୍ରତିଦିନ ଗାଳି ଗୁଲଜ କରୁଥିଲେ । ଶେଷରେ ଆତ୍ମହତ୍ୟାକୁ ଶେଷ ବାଟ ବାଛିଥିଲେ ଯୁବତୀ ।