Odia News Portal

କଟକ ଏସସିବିରେ ଇକମୋ ଚିକିତ୍ସା ସେବାର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

କଟକ: ଏସସିବି ମେଡିକାଲରେ ଇକମୋ ଚିକିତ୍ସା ସେବାର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏସସିବି ହସ୍ପିଟାଲରେ ସମୁଦାୟ ୯ଟି ମେସିନ୍ ରହିବ । ତେବେ ଏଠାରେ ରୋଗୀଙ୍କୁ ମାଗଣାରେ ଏହି ସୁବିଧା ଦିଆଯିବ । ଇକମୋ ଚିକିତ୍ସାରେ ଖର୍ଚ୍ଚ ହେଉଥିବା ସମସ୍ତ ଅର୍ଥ ରାଜ୍ୟ ସରକାର ବହନ କରିବେ । ତୃତୀୟ ଲହର ଆସୁଥିବାରୁ ସତର୍କ ରହିବାକୁ ପଡିବ । ତେବେ ଆଗୁଆ ପ୍ରସ୍ତୁତ ରହିବା ସହ କରୋନାକୁ ଏଡାଇ ପାରିବା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିରେ ଶିଶୁ ମାନେ ଅଧିକ ମାତ୍ରାରେ ସଂକ୍ରମିତ ହେବେ ବୋଲି ବିଶେଷଜ୍ଞ କହୁଛନ୍ତି । ତେଣୁ ପିଲାଙ୍କ ସୁରକ୍ଷା ପାଇଁ କୋଭିଡ ଗାଇଡଲାଇନ ମାନିବା ସହ ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦେଇଛନ୍ତି । ନିଜେ ସୁରକ୍ଷିତ ରହିବା ସହ ପିଲାଙ୍କୁ ସୁରକ୍ଷିତ ରଖନ୍ତୁ ।