Odia News Portal

ବିପର୍ଯ୍ୟୟ ମୁକାବିଲା ପାଇଁ ଖର୍ଚ୍ଚ ହେବ ୨ ହଜାର କୋଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ବିପର୍ଯ୍ୟୟ ମୁକାବିଲା ପାଇଁ ୨ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା । ବିପର୍ଯ୍ୟୟ ମୁକାବିଲା ପାଇଁ ସବୁ ଗାଁକୁ ପ୍ରସ୍ତୁତ କରାଯିବ ବୋଲି କହିଲେ ମୁଖ୍ୟମନ୍ତ୍ରୀ । ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳନ ଅବସରରେ ମୁଖ୍ୟ ସଚିବଙ୍କ ସୂଚନା । ପ୍ରତି ଘରୁ ବିପର୍ଯ୍ୟୟ ମୁକବିଲା ଯୋଦ୍ଧା ପ୍ରସ୍ତୁତ କରାଯିବ । ସବୁ ଗାଁରୁ ୧୦ ଜଣଙ୍କୁ ରେଡକ୍ରସ ପକ୍ଷରୁ ଟ୍ରେନିଂ ଦିଆଯିବ । ସରକାରୀ ଅଧିକାରୀ ମଧ୍ୟ ବିପର୍ଯ୍ୟୟ ମୁକାବିଲା ତାଲିମ ନେବେ । ସବୁ ପଞ୍ଚାୟତରେ ଲାଗିବ ଅଟୋମେଟେଡ ୱେଦର ଓ ରେନ୍ ଗଜ୍ ଷ୍ଟେସନ । ୩ ହଜାର ପଞ୍ଚାୟତ ପାଇଁ ବିଶ୍ୱ ବ୍ୟାଙ୍କ ଆର୍ଥିକ ସହାୟତା ଦେବ ।