Odia News Portal

ଶ୍ୱଶୁରକୁ ହାଣି ହତ୍ୟା କଲା ବୋହୂ

ଯାଜପୁର: ଘୋର କଳି କାଳ । ଶ୍ଵଶୁରକୁ ଟାଙ୍ଗିଆରେ ହାଣି ହତ୍ୟା କଲା ବୋହୂ। ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ରଣପାଳ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହକୁ କେନ୍ଦ୍ର କରି ଏଭଳି ନୃଶଂସ ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ।

ସୂଚନାନୁଯାୟୀ, ପାଣିକୋଇଲି ଥାନା ରଣପାଳ ଗାଁରେ ଗତକାଲି ରାତିରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ଉକ୍ତ ଗାଁର ପବନା ହାତୀଙ୍କୁ ତାଙ୍କ ବୋହୂ ଟାଙ୍ଗିଆରେ ହାଣି ହତ୍ୟା କରିଛି। ଶ୍ଵଶୁରକୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ଅଭିଯୁକ୍ତ ବୋହୂ ରୂପା ହାତୀ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ପାରିବାରିକ କଳହକୁ କେନ୍ଦ୍ର କରି ଏଭଳି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।