Odia News Portal

ଚାନ୍ଦିପୁର ଡିଆରଡିଓର ୫ ଅସ୍ଥାୟୀ କର୍ମଚାରୀଙ୍କୁ ଉଠାଇ ନେଲା ସ୍ପେଶାଲ ସ୍କ୍ୱାର୍ଡ

ବାଲେଶ୍ୱର: ଆସିଥିଲା ଡାଟା ଲିକ୍ କରିଥିବା ଅଭିଯୋଗ । ଉଠାଇ ନେଲା ସ୍ପେଶାଲ ସ୍କ୍ୱାର୍ଡ । ଚାନ୍ଦିପୁର ଡିଆରଡିଓର ୫ ଅସ୍ଥାୟୀ କର୍ମଚାରୀଙ୍କୁ ଉଠାଇ ନେଇଛି ସ୍ପେଶାଲ ସ୍କାର୍ଡ । ବାଲେଶ୍ୱର ପୋଲିସର ସ୍ପେଶାଲ ସ୍କ୍ୱାଡ ଅଟକ ରଖିଛି । ଆଜି ସକାଳେ ଡିଆରଡିଓ ଗେଟ ସମ୍ମୁଖରୁ ଉଠାଇ ଆଣିଥିବା ସୂଚନା ମିଳିଛି । ବିଦେଶୀ ଏଜେଣ୍ଟଙ୍କୁ ତଥ୍ୟ ଲିକ କରୁଥିବା ଅଭିଯୋଗରେ ଅଟକ ରହିଛନ୍ତି । ବାଲେଶ୍ୱର ସଦର ଥାନାରେ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚୁରା କରାଯାଉଛି । ସଦର ଥାନାରେ ପୂର୍ବାଂଚଳ ଆଇଜି ଏବଂ ବାଲେଶ୍ୱର ଏସପି ଉପସ୍ଥିତ ଅଛନ୍ତି ।