Odia News Portal

୭୫ କେଜି ଗଞ୍ଜେଇ ଜବତ, ୧ ଗିରଫ

 ଶୁକ୍ରବାର ଦିନ ୧ ଟା ସମୟରେ ଜିଲ୍ଲା ଅବକାରୀ ମୋବାଇଲ ସ୍କୁର୍ଡ ଓ ଡୋଲୀପୁର ଅବକାରୀ ବିଭାଗ ପକ୍ଷରୁ ଶ୍ରୀବନ୍ତପୁର ଗାଁରେ ଚଢ଼ାଉ କରି ୭୫ କେଜି ଗଞ୍ଜେଇ ଜବତ କରିବା ସହିତ ଜଣେଙ୍କୁ ଗିରଫ କରିଥିବା ସୂଚନା ମିଳିଛି l ସୂଚନା ମୁତାବକ ଅବକାରୀ ଅଧିକ୍ଷକ ଅମରେନ୍ଦ୍ର କୁମାର ଜେନାଙ୍କ ନିର୍ଦ୍ଧେଶ ଅବକାରୀ ଇନସିପେକ୍ଟର ସମୀର କୁମାର ମହାନ୍ତି କୁଆଖିଆ ଥାନା ଶ୍ରୀବନ୍ତପୁର ଗାଁରେ ଚଢ଼ାଉ କରିଥିଲେ l ଏହି ସମୟରେ ଜଣେ ବ୍ୟକ୍ତି ଘର ଭିତରେ ଗଞ୍ଜେଇ ରଖିଥିବା ଦେଖି ଗିରଫ କରିନେଇଥିଲେ l ତେବେ ଏହି ଗିରଫ ଅଭିଯୁକ୍ତ ଜଣଙ୍କ କୁଆଖିଆ ଥାନା ଶ୍ରୀବନ୍ତପୁର ଗାଁର ଜ୍ଞାନେନ୍ଦ୍ର ସ୍ୱାଇଁ ବୋଲି ଜଣାପଡିଛି l ସେପଟେ ଅବକାରୀ ବିଭାଗ ପକ୍ଷରୁ ଆଜି ଏହି ଅଭିଯୁକ୍ତକୁ ଗିରଫ କରିବା ପରେ କେଶ ନମ୍ବର  ୧୨୩/୨୩ରେ ଗୋଟିଏ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି l ତେବେ ଏହି ଅଭିଯୁକ୍ତ ନିକଟରୁ ୭୫କେଜି ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ l ଏହି ଚଢ଼ାଉରେ ଡୋଲୀପୁର ଅବକାରୀ ସବ-ଇନସିପେକ୍ଟର ଶ୍ରୀକାନ୍ତ ପଣ୍ଡା,ଏସଆଇ ସତ୍ୟନାରାୟଣ ପ୍ରଧାନ,ଭରତ କୁମାର ମିଶ୍ର,କ୍ଷୀରୋଦ କୁମାର ସାହୁ ଓ ବିପିନ କୁମାର ପ୍ରଧାନ ସାମିଲ ଥିଲେ |