Odia News Portal

ଗାଁ ଦାଣ୍ଡରେ ଖୁଲମଖୁଲ୍ଲା ଗୁଣ୍ଡାରାଜ

ବାଲେଶ୍ୱର: ଗାଁ ଦାଣ୍ଡରେ ଚାଲିଛି ଖୁଲମଖୁଲ୍ଲା ଗୁଣ୍ଡାରାଜ । ବାଇକରେ ଆସି ଗାଁ ଭିତରେ ଦୁଇ ଯୁବକ ଦେଖାଇଲେ ବନ୍ଧୁକ । ବାଲେଶ୍ୱର ସଦର ବ୍ଲକ କେଶରପୁର ଗାଁରେ ଘଟିଛି କିଛି ଏଭଳି କିଛି ଘଟଣା। ଗତ ୧୯ ତାରିଖ ଦିନ ବିଦ୍ୟୁତ୍ ସଂଯୋଗ ନେଇ କେଶପୁର ଗାଁର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଯାହାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି।

ସୂଚନାନୁଯାୟୀ, ବାଲେଶ୍ୱର ସଦର ବ୍ଲକ କେଶରପୁର ଗାଁରେ ଜଣେ ବ୍ୟକ୍ତିଙ୍କୁ ବିଦ୍ୟୁତ୍ ଲାଇନ ନ ଦେବାକୁ ନେଇ ଆରମ୍ଭ ହୋଇଥିଲା ଗଣ୍ଡଗୋଳ । ଏହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଭୀଷଣ ପାଟିତୁଣ୍ଡ ହେବା ସହ ପରେ ଗୋଟିଏ ଗୋଷ୍ଠୀର ୨ ଜଣ ଯୁବକ ଗାଁ ଭିତରକୁ ବାଇକରେ ଆସି ଅନ୍ୟ ଏକ ଗୋଷ୍ଠୀକୁ ବନ୍ଧୁକ ଦେଖାଇଥିଲେ ଏବଂ ଅନ୍ୟ ଗୋଷ୍ଠୀ ଖଣ୍ଡା, ଭୁଜାଲି ସହିତ ସାମ୍ନା କରିବାକୁ ଆସିଥିଲେ। ଏପରିକି ଅସଭ୍ୟ ଭାଷାରେ ଗାଳି ଗୁଳଜ କରିବା ସହ ଉଭୟ ଗୋଷ୍ଠି ମଧ୍ୟରେ ମାରପିଟ ମଧ୍ୟ ହୋଇଥିଲା । ପରେ ପିସ୍ତଲ ଦେଖାଇ ଧମକାଉଥିବା ଅଭିଯୁକ୍ତ ଫେରି ଯାଇଥିଲେ । ଏନେଇ ବାଲେଶ୍ୱର ସଦର ଥାନାରେ ମାମଲା ରୁଜ୍ଜୁ କରାଯାଇଛି । ଏହାର ଭିଡଓ ଭାଇରାଲ ହେବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ବନ୍ଧୁକ ଦେଖାଇଥିବା ଦୁଇ ଯୁବକଙ୍କୁ ଚିହ୍ନଟ କରାଯାଇଥିବା ସମୟରେ ସେମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବା ନେଇ ସ୍ଥାନୀୟ ସଦର ଏସଡିପିଓ ସୂଚନା ପ୍ରଦାନ କରିଛନ୍ତି |