Odia News Portal

ଦୀର୍ଘ ୯୪୫ ଦିନ ପରେ ହଂକଂରୁ ଉଠିଲା ମାସ୍କ କଟକଣା

କୋଭିଡ୍‌-୧୯ ପାଇଁ ହଂକଂରେ ଆଜିଯାଏ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ରହିଥିଲା। ୯୪୫ ଦିନ ପରେ ମାର୍ଚ୍ଚ ପହିଲା ବୁଧବାରଠାରୁ ଏହି ବାଧ୍ୟତାମୂଳକ ବ୍ୟବସ୍ଥାକୁ ଉଠାଇ ଦିଆଯାଇଛି। ହଂକଂର ଚିଫ୍ ଏକ୍‌ଜିକ୍ୟୁଟିଭ୍ ଜନ ଲି ମଙ୍ଗଳବାର ଏହା ଘୋଷଣା କରିଛନ୍ତି। ବ୍ୟବସାୟୀ ଓ ପରିଦର୍ଶକମାନଙ୍କ ଆଗମନକୁ ଉତ୍ସାହିତ କରିବା ପାଇଁ ଏବଂ ଉକ୍ତ ଅଞ୍ଚଳରେ ଜୀବନଯାତ୍ରାକୁ ସ୍ବାଭାବିକ କରିବା ପାଇଁ କର୍ତ୍ତୃପକ୍ଷ ଏହି ପଦକ୍ଷେପ ନେଇଛନ୍ତି। ଏଣିକି ଯେଉଁମାନେ ଚାହିବେ ମାସ୍କ ପିନ୍ଧିପାରିବେ, ଯେଉଁମାନେ ନ ପିନ୍ଧିବେ ସେମାନଙ୍କ ଉପରେ ଜରିମାନା ବା କୌଣସି ଦଣ୍ଡ ବ୍ୟବସ୍ଥା ଲାଗୁ ହେବ ନାହିଁ।