Odia News Portal

ମାନବ ଶରୀରକୁ ନେଇ ତିଆରି କରାଯିବ ଖତ

ମଣିଷ ଆସିଛି ମାନେ ତାର ମୃତ୍ୟୁ ସୁନିଶ୍ଚିତ । ସେଥିପାଇଁ ବୈଜ୍ଞାନିକମାନେ ଆଉ ଏକ ଉଦ୍ଭାବନ କରିଛନ୍ତି । ମାନବ ଶବରେ ତିଆରି କରାଯାଇପାରିବ ଶଢା ଖତ ।କବର ଦେବା କିମ୍ବା ଶରୀରକୁ ପୋଡିବା ଅପେକ୍ଷା ଶବଟି ମାଟିରେ ମିଶି ଖତରେ ପରିଣତ ହୋଇଯିବା ପରିବେଶ ପାିଁ ବେଶ୍ ଲାଭଦାୟକ ବୋଲି ଆଇନରେ ବିବେଚନା କରାଯାଇଛି । ଏହି ପ୍ରକ୍ରିୟାକୁ ପ୍ରାକୃତିକ ଜୈବ୍ୟ ବିଘଟନ ବୋଲି କୁହାଯାଏ । ଏଭଳି ନିଷ୍ପତ୍ତିକୁ ନ୍ୟୂୟର୍କରେ ଅନୁମତି ମିଳିଛି ।

ଏଥିପାଇଁ ଶବକୁ ସାର୍ଟିଫିକେଟ ପ୍ରାପ୍ତ ସିମେଟରି କର୍ପୋରେସନକୁୁ ଦିଆଯିବା ଆବଶ୍ୟକ । କିଛି ଦିନ ଯାଏଁ ଶବକୁ ବ୍ୟାକ୍ଟେରିଆ ସହାୟତାରେ ସଢାଇ ଦିଆଯାଏ । ତା’ପରେ ଉକ୍ତ ମାଟିକୁ ତାଙ୍କ ପ୍ରିୟଜନଙ୍କୁ ହସ୍ତାନ୍ତର କରାଯାଏ। ଏହି ଶବ-ମାଟି ବା ଖତକୁ ବୃକ୍ଷ, ପନିପରିବା ଓ ଫୁଲଗଛ ରୋପଣ ଆଦିରେ ବ୍ୟବହାର କରାଯାଏ।ତେବେ ମାନବ ଶବ ଖତ କେବଳ ପରିବେଶ ଅନୁକୂଳ ନୁହେଁ, ଶ୍ମଶାନ ପାଇଁ ସ୍ବଳ୍ପ ସ୍ଥାନ ଥିବା ସହରମାନଙ୍କ ପାଇଁ ବି ଏହା ଉତ୍ତମ ହୋଇଥାଏ ।