Odia News Portal

ଆଇପିଏଲରେ ସାମିଲ ହେଲା ଆଉ ଦୁଇଟି ନୂଆ ଟିମ୍

ଆଇପିଏଲରେ ସାମିଲ ହେଲା ଦୁଇଟି ନୂଆ ଦଳ । ଲକ୍ଷ୍ନୌ ଓ ଅହମଦାବାଦ ହେଲା ଆଇପିଏଲର ଦୁଇଟି ନୂଆ ଟିମ୍ । ଏବେ ଆଇପିଏଲରେ ଦଳ ସଂଖ୍ୟା ୮ରୁ ବୃଦ୍ଧି ପାଇ ୧୦ରେ ପହଁଚିଛି । ଇଟି ନୂଆ ଦଳ ପାଇଁ ୬ଟି ସହରକୁ ବଛା ଯାଇଥିଲା ବେଳେ ସେଥିପାଇଁ ୨୨ ଜଣ ବିଡ୍‌ ଦାଖଲ କରିଥିଲେ। ସେମାନଙ୍କ ମଧ୍ୟରୁ ଆର‌୍‌ପି-ସଞ୍ଜୀବ ଗୋଏଙ୍କା ଗ୍ରୁପ୍‌ ୭୦୯୦ କୋଟି ଟଙ୍କା ମୂଲ୍ୟରେ ଲକ୍ଷ୍ନୌକୁ ଏବ˚ ସିଭିସି କ୍ୟାପିଟାଲ ୫୨୦୦ କୋଟି ଟଙ୍କା ମୂଲ୍ୟରେ ଅହମଦାବାଦକୁ କିଣିଛନ୍ତି ।

ଆଇପିଏଲ୍‌ ନୂଆ ଦଳ ବିଡ୍‌ ପ୍ରକ୍ରିୟାରେ ଅନେକ ବଡ଼ବଡ଼ କମ୍ପାନିକୁ ଏହି ଦୁଇ ସ˚ସ୍ଥା ପଛରେ ପକାଇଦେଇଛନ୍ତି । ଆଦାନି ଗ୍ରୁପ୍‌, ହିନ୍ଦୁସ୍ଥାନ ଟାଇମ୍ସ ମିଡିଆ, ଅରବିନ୍ଦ ଫାର୍ମା, ଟରେଣ୍ଟ ଫାର୍ମା, ଲାନ୍ସର କ୍ୟାପିଟାଲ ପ୍ରମୁଖ ନୂଆ ସହର ପାଇଁ ସର୍ବାଧିକ ବିଡ୍‌ ଦାଖଲ କରିଥିଲେ ସୁଦ୍ଧା ସଞ୍ଜୀବ ଗୋଏଙ୍କା ଓ ସିଭିସିଠୁ ପଛରେ ପଡ଼ିଯାଇଥିଲେ । ବିସିସିଆଇ ପକ୍ଷରୁ ଧାର୍ଯ୍ୟ ମୂଳ ଦର ୨ ହଜାର କୋଟିଠୁ ଗୋଏଙ୍କା ଗ୍ରୁପ୍‌ ପାଖାପାଖି ୨୫୦ ପ୍ରତିଶତ ଅଧିକ ଦରରେ ଦଳ କିଣିଥିଲା ବେଳେ ସିଭିସି ପ୍ରାୟ ୧୬୦ ପ୍ରତିଶତ ଅଧିକ ମୂଲ୍ୟରେ ମାଲିକାନା ହାସଲ କରିଛି । ଉଭୟ ଦଳ ସେମାନଙ୍କର କ୍ରୟ ମୂଲ୍ୟକୁ ଆସନ୍ତା ୧୦ ବର୍ଷ ମଧ୍ୟରେ ବିସିସିଆକୁ ପ୍ରଦାନ କରିବେ ।ଆଦାନି ଗ୍ରୁପ୍‌, ହିନ୍ଦୁସ୍ଥାନ ଟାଇମ୍ସ ମିଡିଆ, ଅରବିନ୍ଦ ଫାର୍ମା, ଟରେଣ୍ଟ ଫାର୍ମା, ଲାନ୍ସର କ୍ୟାପିଟାଲ ପ୍ରମୁଖ ନୂଆ ସହର ପାଇଁ ସର୍ବାଧିକ ବିଡ୍‌ ଦାଖଲ କରିଥିଲେ ସୁଦ୍ଧା ସଞ୍ଜୀବ ଗୋଏଙ୍କା ଓ ସିଭିସିଠୁ ପଛରେ ପଡ଼ିଯାଇଥିଲେ ।