Odia News Portal

ଏସିଏଫ ସୌମ୍ୟଙ୍କୁ ନ୍ୟାୟ ଦାବିରେ ଆଜି ୬ ଘଣ୍ଟିଆ ଖଇରା ବନ୍ଦ

ବାଲେଶ୍ୱର: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ଦୁଇମାସ ବିତିଯାଇଥିଲେ ସୁଦ୍ଧା ଏଯାବତ କୌଣସି ନିଷ୍କର୍ସ ବାହାରିପାରିନାହିଁ । ଆତ୍ମହତ୍ୟା ନାଁ ହତ୍ୟା ତାକୁ ନେଇ ଲାଗି ରହିଛି ଦ୍ୱନ୍ଦ । ତେବେ ସ୍ତ୍ରୀ ବିଦ୍ୟାଭାରତୀ ଓ ଡିଏଫଓଙ୍କ ସମ୍ପୃକ୍ତିକୁ ନେଇ ଲାଗି ରହିଛି ଚର୍ଚ୍ଚା । ତେବେ ଡିଏଫଓଙ୍କ ପାୱାର କରିଡରରେଚିହ୍ନାଥିବାରୁ ସତ ପଦାକୁ ଆସିପାରୁନାହିଁ ବୋଲି ସୌମ୍ୟଙ୍କ ପରିବାର ଅଭିଯୋଗ କରିଛନ୍ତି । ତେବେ ଏସିଏଫ ସୌମ୍ୟଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଆଜି ଖଇରା ବନ୍ଦ । ୬ ଘଣ୍ଟିଆ ବନ୍ଦ ଡାକରା ଦେଇଛି ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସଂଗଠନ । ମୃତ୍ୟୁ ରହସ୍ୟ ଉନ୍ମୋଚନ ଓ ଦୋଷୀକୁ ଦଣ୍ଡ ଦାବି ହୋଇଛି ।

ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁକୁ ୫୯ ଦିନ ବିତିଲାଣି ।
ଆଜି ସକାଳ ୬ଟାରୁ ଦିନ ୧୨ଟା ଯାଏ ବନ୍ଦ ରହିବ ଦୋକାନ ବଜାର । ଦୋଷୀଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ଦାବିରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯିବ । ପ୍ରଶାସନ ଏଥିପ୍ରତି ଦୃଷ୍ଟି ନଦେଲେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ଚେତାବନୀ ଦିଆଯାଇଛି । ଦୁଇଦିନ ତଳେ ଏନେଇ ଖଇରା ଦୁର୍ଗାମଣ୍ଡପ ପରିସରରେ ୨୦ରୁ ଅଧିକ ସଂଗଠନ ପକ୍ଷରୁ ବୈଠକ ବସିଥିଲା । କାର‌୍ୟ୍ୟାନୁଷ୍ଠାନରେ ବିଳମ୍ବ ନେଇ ବୈଠକରେ ଅସନ୍ତୋଷ ପ୍ରକାଶ ପାଇଥିଲା ।