Odia News Portal

ପ୍ରେମିକାର ଭିଡିଓ ଭାଇରାଲ କରାଇବା ଅଭିଯୋଗରେ ପ୍ରେମିକ ଗିରଫ

ଗଞ୍ଜାମ: ନାବାଳିକାକୁ ପ୍ରେମ ଜାଲରେ ଫସାଇଲା । ଅପହରଣ କରି ନେଇ କିଛିଦିନ ପାଖରେ ରଖିଲା । ଶେଷରେ ଝିଅର ପରିବାର ଲୋକେ ଉଦ୍ଧାର କରିଥିଲେ । ଆଉ ଏବେ ପ୍ରେମିକାର କିଛି ଅଶ୍ଲୀଳ ଭିଡିଓ ଭାଇରାଲ କରାଇବା ଲାଗି ଧମକ ଦେଉଥିଲା । ଏନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ଗଞ୍ଜାମ ଜିଲ୍ଲା ବୁଗୁଡ଼ା ପାଣିକେଶର ଗାଁର ଶରତ ନାୟକକୁ ପୋଲିସ ଗିରଫ କରିଛି । ଦୀର୍ଘଦିନ ହେବ ସେ ଭିଡିଓ ଭାଇରାଲ କରାଇ ଦେବାର ଧମକ ଦେଇଆସୁଥିଲା । ପୋଲିସ ଅଭିଯୁକ୍ତକୁ ଗତକାଲି ଅଟକ ରଖିଥିବା ବେଳେ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି ।