Odia News Portal

ମନୀଷ ଅନୁରାଗ ମୃତ୍ୟୁ ମାମଲା: ୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବ ପୋଲିସ

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ମୃତ୍ୟୁ ମାମଲାରେ ଅଭିଯୁକ୍ତଙ୍କ ମୁହଁରୁ ସତ ଓଗାଳିବା ପାଇଁ କମିଶନରେଟ ପୋଲିସ ରିମାଣ୍ଡରେ ନେବ। ଆଜି ଭୁବନେଶ୍ୱର ଏସଡିଜେଏମ କୋର୍ଟରେ ରିମାଣ୍ଡ ଆବେଦନର ଶୁଣାଣି ରହିଛି। ୫ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଛି ପୋଲିସ । କୋର୍ଟ କେତେ ଦିନ ଅନୁମତି ଦେବେ ତା’ ଉପରେ ନଜର ରହିଛି ।

ମନୀଷଙ୍କ ମୃତ୍ୟୁ ମାମଲାରେ ଅମ୍ରିତ ପ୍ରୀତମ, ଦୀନେଶ ମହାପାତ୍ର ଓ ମୃତ୍ୟୁଞ୍ଜୟ ମିଶ୍ର ଗିରଫ ହୋଇଛନ୍ତି । ଶନିବାର ସେମାନଙ୍କର ଜାମିନ ଖାମିନ ଖାରଜ ହେବା ପରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା।

ସୂଚନାଯୋଗ୍ୟ, ହୋଟେଲରେ ବିଲ୍‌ ପେମେଣ୍ଟକୁ ନେଇ ପାଟିତୁଣ୍ଡ ଓ ପରେ ହାତାହାତିରେ ମନୀଷଙ୍କର ମୃତ୍ୟୁ ହୋଇଥିଲା। ୩ ଅଭିଯୁକ୍ତ ହୋଟେଲ ବାହାରେ ମନୀଷଙ୍କୁ ଆକ୍ରମଣ କରିଥିଲେ। ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା। ପ୍ରମାଣ ନଷ୍ଟ କରିବାକୁ ପୋଖରୀରେ ମୃତଦେହ ଫିଙ୍ଗି ଚମ୍ପଟ ମାରିଥିଲେ ୩ ଅଭିଯୁକ୍ତ।