Odia News Portal

ଦୁଷ୍କର୍ମ କଲା, ୫ ଲକ୍ଷ ନେଲା

ନୂଆଦିଲ୍ଲୀ: ଧୋକା । ପ୍ରେମିକାର ବିଶ୍ୱାସରେ ବିଷ ଦେଲା ପ୍ରେମିକ । ବିବାହ କରିବାର ପ୍ରତିଶ୍ରୃତି ଦେଇ ଦୀର୍ଘଦିନ ଧରି ଯୁବତୀଙ୍କ ସହ ରଖିଲା ଦୈହିକ ସମ୍ପର୍କ । ଏପରିକି ପ୍ରେମିକାଠାରୁ ବିଭିନ୍ନ ବାହାନା କରି ଟଙ୍କା ମଧ୍ୟ ନେଲା । ଆଉ ଶେଷରେ ବିବାହ କରିବାକୁ କହିଲା ବେଳକୁ ଯୁବତୀଙ୍କୁ ଧର୍ମ ପରିବର୍ତ୍ତନ କରିବାକୁ କହୁଛି ଅଭିଯୁକ୍ତ । ଏନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତଗୁ ଗିରଫ କରି କୋର୍ଟ ଚାଲାଣ କରିଛି । ନୂଆଦିଲ୍ଲୀର ଗ୍ରେଟର ନୋଏଡ଼ା ଅଞ୍ଚଳରୁ ଆସିଛି ଏଭଳି ଲଜ୍ଜାଜନକ ଖବର ।

ସୂଚନା ମୁତାବକ, ଯୁବତୀ ଜଣକ ଗୋଟିଏ କମ୍ପାନୀରେ ମ୍ୟାନେଜର ଭାବେ କାମ କରୁଥିଲେ । ସାଜିଦ ତାଙ୍କୁ ପ୍ରଥମେ ପ୍ରେମ ଜାଲରେ ଫସାଇଥିଲା । ଆଉ ପରେ ମିଠା ମିଠା କହି ପ୍ରେମିକାର ମନମୋହିଥିଲା । ଏପରିକି ବିବାହ କରିବାର ମିଛ ପ୍ରତିଶୃତି ଦେଇ ଶାରିରୀକ ସମ୍ପର୍କ ରଖିଥିଲା । ବିଭିନ୍ନ ଅସୁବିଧା ଥିବା କଥା କହି ୫ଲକ୍ଷରୁ ଅଧିକ ଟଙ୍କା ମଧ୍ୟ ଯୁବତୀଙ୍କ ଠାରୁ ଲୁଟିଥିଲା ଅଭିଯୁକ୍ତ । ଶେଷରେ ବିବାହ କରିବା କଥା କହିଥିଲେ ଯୁବତୀ । ସେପଟେ ଯଦି ବିବାହ କରିବି ତେବେ ଧର୍ମ ପରିବର୍ତ୍ତନ କରିବାକୁ ପଡ଼ିବ ବୋଲି କହିଥିଲା ପ୍ରେମିକ । ଏପରିକି ଯଦି ଧର୍ମ ପରିବର୍ତ୍ତନ ନକରିବକୁ ତେବେ ମାରି ଦେବି ବୋଲି ମଧ୍ୟ ଧମକ ଦେଇଥିଲା । ଯୁବତୀ ଜଣକ ଥାନାରେ ଅଭିଯୋଗ କରିବା ପରେ ଗିରଫ ହୋଇଛି ପ୍ରେମିକ ।