Odia News Portal

କରେନା କ୍ଷତିଗ୍ରସ୍ତଙ୍କ ଲାଗି କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ପ୍ୟାକେଜ ଘୋଷଣା

ନୂଆଦିଲ୍ଲୀ: କରୋନା କାଳରେ କ୍ଷତିଗ୍ରସ୍ତଙ୍କ ଲାଗି ପ୍ୟାକେଜ ଘୋଷଣା କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସେ ଏକ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି । କୋଭିଡ କ୍ଷତିଗ୍ରସ୍ତଙ୍କ ଲାଗି ୧ ଲକ୍ଷ ୧୦ ହଜାର କୋଟି ଟଙ୍କାର ସହାୟତା ଘୋଷଣା କରାଯାଇଛି । ସ୍ୱାସ୍ଥ୍ୟକ୍ଷେତ୍ର ଲାଗି ୫୦ ହଜାର କୋଟିର ସହାୟତା ଘୋଷଣା ହୋଇଛି । ୧୦,୭୦୦ ପଞ୍ଜିକୃତ ଟୁରିଷ୍ଟ ଗାଇଡଙ୍କ ପାଇଁ ସହାୟତା ଘୋଷଣା । ୧ ଲକ୍ଷ ପର୍ଯ୍ୟନ୍ତ ଋଣ ବିନିଯୋଗ କରିପାରିବେ । ମାଇକ୍ରୋ ଫାଇନାନ୍ସ ସଂସ୍ଥା ଜରିଆରେ ୨୫ ଲକ୍ଷ ଲୋକଙ୍କୁ ଋଣ ମିଳିବ । ଛୋଟ ବ୍ୟବସାୟୀଙ୍କୁ ସର୍ବାଧିକ ୧ ଲକ୍ଷ ୨୫ ହଜାର ଯାଏଁ ଋଣ ମିଳିବ ।