Odia News Portal

ମହିଳା ସଂରକ୍ଷଣ ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ମହିଳା ସଂରକ୍ଷଣ ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ । ଆଇନରେ ପରିଣତ ହେଲା ମହିଳା ସଂରକ୍ଷଣ ବିଲ୍ । ‘ନାରୀ ଶକ୍ତି ବନ୍ଦନ’ କୁ ମିଳିଲା ମଞ୍ଜୁରୀ । ଏହାଦ୍ୱାରା ମହିଳାଙ୍କୁ ଲୋକସଭା ଓ ରାଜ୍ୟସଭାରେ ଅଧିକ ପ୍ରତିନିଧିତ୍ୱ ମିଳିପାରିବ । ଏହାରି ମଧ୍ୟରେ ମହିଳାଙ୍କ ଲାଗି ସଂରକ୍ଷଣ କିପରି ଲାଗୁ କରାଯିବ ଓ ଏଥିରେ କାହା ପାଇଁ କ’ଣ ପ୍ରାବଧାନ ରହିଛି ଏ ବିଷୟରେ ସଂପୂର୍ଣ୍ଣ ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି । ଏହା ଲାଗୁ ହେବା ପରେ ଲୋକସଭାରେ ମହିଳା ସାଂସଦଙ୍କ ସଂଖ୍ୟା ୧୮୧ ହୋଇଯିବ । ବିିଲ୍ ଅନୁସାରେ ମହିଳାଙ୍କୁ ଲୋକସଭା ଓ ବିଧାନସଭାରେ ୩୩ ପ୍ରତିଶତ ସଂରକ୍ଷଣ ମିଳିବ ।

ଏହା ବ୍ୟତିତ ଅନୁସୂଚୀତ ଜାତି ଓ ଜନଜାତିଙ୍କ ଲାଗି ଧାର୍ଯ୍ୟ ସିଟ୍‌ରୁ ୩୩ ପ୍ରତିଶତ ସଂରକ୍ଷଣ ସେମାନଙ୍କ ସମାଜର ମହିଳାଙ୍କ ଲାଗି ହେବ। ଏହି ସଂରକ୍ଷଣ ରୋଟେସନ ଆଧାରରେ ଦିଆଯିବ । ବିଲ୍‌ରେ ଓବିସି ବର୍ଗଙ୍କ ଲାଗି ଅଲଗା କୌଣସି ପ୍ରାବଧାନ ରଖାଯାଇନାହିଁ । ଏପରି ସ୍‌ଥିତିରେ ଏହା ଦେଖିବାକୁ ବାକି ରହିଲା କି ଆରଜେଡି, ସମାଜବାଦୀ ପାର୍ଟି ଓ ଜେଡିୟୁ ପରି ରାଜନୈତିକ ଦଳଙ୍‌କର ପ୍ରତିକ୍ରିୟା କ’ଣ ରହୁଛି । ଏହି ସଂରକ୍ଷଣ ନିୟମ ୧୫ ବର୍ଷ ପର୍ଯ୍ୟନ୍ତ ଜାରି ରହିବ । ଏହାପରେ ପୁଣି ସଂସଦରେ ପ୍ରସ୍ତାବ ପାରିତ କରାଯାଇ ସଂରକ୍ଷଣ ବଢାଯାଇପାରିବ । ଏହି ସଂରକ୍ଷଣ ରାଜ୍ୟସଭା ଓ ବିଧାନପରିଷଦରେ ଲାଗୁ ହେବ ନାହିଁ ।