Odia News Portal

ବଡଦାଣ୍ଡ ଲହୁଲୁହାଣ

ଶନିବାର ସକାଳେ ପୁରୀ ବଡଦାଣ୍ଡରେ ଲହୁଲୁହାଣ ପରିସ୍ଥିତି ହୋଇଥିଲା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୩ ଜଣ ଯୁବକଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ବାଦାଦନ୍ଦା ବଜାରର ଖଦିପଡା ମେଲାନାରେ ହୋଇଥିବା ଆକ୍ରମଣରେ ପ୍ରାୟ ତିନି ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ଦୁଇଜଣ ଗୁରୁତର ଆହତ ବ୍ୟକ୍ତିଙ୍କୁ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିବାରୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।

ସୂଚନାନୁସାରେ, ଶୁକ୍ରବାର ବିଳମ୍ବିତ ରାତିରେ ପର୍ଯ୍ୟଟକ ସହର ପୁରୀରେ ଦୁଇ ଗୋଷ୍ଠୀ ଜୁଆ ଖେଳକୁ ନେଇ ମୁହାଁମୁହିଁ ହୋଇଥିଲେ । ସକାଳ ୬ଟା ବେଳେ ସମୀର ଦାସ, ହୃଷିକେଶ ପଣ୍ଡା ଓ ଖଗେଶ୍ୱର ସାହୁ ମାର୍କେଟ ଛକରେ ଚା’ ପିଉଥିବା ବେଳେ ହଠାତ୍ ୧୮ ଜଣ ଯୁବକ ମୋଟର ସାଇକେଲରେ ଆସି ସେମାନଙ୍କୁ ଖଣ୍ଡାରେ ଅତର୍କିତ ଆକ୍ରମଣ କରିଥିଲେ। ଏହି ମାମଲାରେ ପୁଲିସ ୨ ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି । ଏହାର ଯଦିଓ ଘଟଣାର ପ୍ରକୃତ କାରଣ ଏପର‌୍ୟ୍ୟନ୍ତ ଜଣା ପଡିନାହିଁ, ସନ୍ଦେହ କରାଯାଉଛି ଯେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଡି ଅଘଟଣ ଘଟିଛି ।