Odia News Portal

ଶ୍ରୀମନ୍ଦିରରେ ନାବାଳିକାଙ୍କୁ ଅସଦାଚରଣ ଘଟଣା, ପୂଜକ ଗିରଫ

ପୁରୀ: ଶ୍ରୀମନ୍ଦିରରେ ନାବାଳିକାଙ୍କୁ ଅସଦାଚରଣ ଘଟଣାରେ ପୂଜକ ଗିରଫ । ପୂଜକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଅଭିଯୁକ୍ତ ପୂଜକ ଜଣକ ହେଲେ ସଂଗ୍ରାମ ଦାସ । ସୂଚନା ଅନୁଯାୟୀ, ଶ୍ରୀମନ୍ଦିର ପରିସରରେ ବାମନ ମନ୍ଦିରରେ ହାଇଦ୍ରାବାଦରୁ ଆସିଥିବା ଜଣେ ନାବାଳିକାଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ପୂଜକ ସଂଗ୍ରାମ ଦାସ ତାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ତେବେ ଆଜି ଏହି ଘଟଣା ଲୋକଲୋଚନକୁ ଆସିଛି।

ନାବାଳିକା ଜଣଙ୍କ ଘଟଣା ସଂପର୍କରେ ସିଂହଦ୍ୱାର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ତଦନ୍ତ କରି ଅଭିଯୁକ୍ତ ପୂଜକ ସଂଗ୍ରାମ ଦାସକୁ ଥାନାକୁ ଆଣି ପଚରାଉଚରା କରିଥିଲା। ସେହିପରି ନାବାଳିକାଙ୍କୁ ସିଡବ୍ଲ୍ୟୁସିରେ କାଉନସେଲିଂ ପରେ ତାଙ୍କ ବୟାନ ରେକର୍ଡ କରାଯାଇଥିଲା। ଏହା ପରେ ନାବାଳିକା ଜଣଙ୍କ ତାଙ୍କ ପରିବାର ଲୋକଙ୍କ ସହ ଚାଲି ଯାଇଥିବା ବେଳେ ଅଭିଯୁକ୍ତ ପୂଜକ ଗିରଫ ହୋଇଛନ୍ତି। ଶ୍ରୀମନ୍ଦିର ପରିସରରେ ଏଭଳି ଏକ ଲଜ୍ଜାଜନକ ଘଟଣା ଘଟିଥିବା ବେଳେ ଏହାକୁ ସେବାୟତ ମହଲରେ ନିନ୍ଦା କରାଯାଇଛି।