Odia News Portal

ପାଣିଘେରରେ ଫସି ରହିଥିବା ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କଲେ ବାଲେଶ୍ୱର ବିଧାୟକ

ବାଲେଶ୍ୱର: ବିଧାୟକଙ୍କ ବଡ଼ ପଣ । ଲୋକ ପ୍ରତିନିଧି ହେବ ତ ଏମିତି । ଦରଦୀବନ୍ଧୁ ସାଜିଲେ ବାଲେଶ୍ୱର ସଦର ବିଧାୟକ ସ୍ୱରୂପ କୁମାର ଦାସ । ପାଣିଘେରରେ ଫସି ରହିଥିବା ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରି ମେଡିକାଲେରେ ଭର୍ତ୍ତି କରିଛନ୍ତି ବିଧାୟକ । ଠିକ୍ ସମୟରେ ଉଦ୍ଧାର କରି ମେଡିକାଲ ନେଇଥିବାରୁ ଏବେ ମା’ ଓ ଛୁଆ ଭଲ ଅଛନ୍ତି । ସେପଟେ ବିଧାୟକଙ୍କ ଏଭଳି ମାନବିକତାକୁ ନେଇ ସାଧାରଣରେ ପ୍ରଂଶସା କରାଯାଉଥିବା ବେଳେ ସୋସିଆଲ ମିଡିଆରେ ବିଧାୟକଙ୍କୁ ନେଇ ଚର୍ଚ୍ଚା ମଧ୍ୟ ହେଉଛି ।

ପ୍ରବଳ ବର୍ଷାରେ ବେହାଲ ହୋଇଥିବା ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀର ମୁଣ୍ଡଧର ଗାଁର ମମତା ରାଉତ ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିଲେ । ତେବେ ପାଣିଘେରରେ ଗାଁ ଫସି ରହିଥିବାରୁ ତାଙ୍କୁ ମେଡିକାଲ ନେବାରେ ଅସୁବିଧା ହୋଇଥିଲା । ସ୍ଥାନୀ ୟସରପଞ୍ଚ ଶେଷରେ ବିଧାୟକଙ୍କ ନମ୍ବରକୁ ଫୋନ କରିଥିଲେ ଆଉ ସହଯୋଗ ଲୋଢ଼ିଥିଲେ । ସେପଟେ ବିନା ଦ୍ୱିଧାରେ ବିଧାୟକ ଆସି ପହଞ୍ଚିଥିଲେ ଗାଁରେ । ମୋଟର ବୋଟରେ ମହିଳାଙ୍କୁ ଉଦ୍ଧାର ରାସ୍ତାକୁ ନେଇଥିଲେ । ଆଉ ପରେ କାର ଯୋଗେ ବାଲେଶ୍ୱର ମେଡିକାଲରେ ନେଇ ଭର୍ତ୍ତି କରିଥିଲେ । ଯେଉଁ କାରଣରୁ ଉଭୟ ମା ଓ ଛଆ ଭଲ ଅଛନ୍ତି ।

ମମତାଙ୍କ ବାପା କହିଛନ୍ତି କି, ବିଧାୟକ ସେମାନଙ୍କ ଲାଗି ଭଗବାନ । ସେ ଦେବଦୂତ ଭଳି ଆସି ସେମାନଙ୍କୁ ସାହାର୍ଯ୍ୟ କରିଥିଲେ । ଏଣୁ ସେ ବିଧାୟକଙ୍କ ମଙ୍ଗଳ କାମନା କରିଛନ୍ତି । ସେପଟେ ବିଧାୟକ କହିଛନ୍ତି କି, ଏହା ହେଉଛି ମୋର କର୍ତ୍ତବ୍ୟ । ମୁଁ ମୋର ସୋସିଆଲ ମିଡିଆରେ ମୋର ନମ୍ବର ଦେଇଛି । ଆଉ ଯାହାର ଯାହା ବି ଅସୁବିଧା ହୁଏ ମୋତେ ସିଧାସଳଖ ଯୋଗାଯୋଗ କରିବାକୁ କହିଛି । ଏପରିକି ପ୍ରତିଦିନ ୨୫୦ରୁ ୩୦୦ କଲ ଉଠାଉଛି । ଲୋକଙ୍କୁ ମଧ୍ୟ ସହଯୋଗ କରୁଛି ।

ଏହାସହ ବିଧାୟକ କହିଛନ୍ତି କି, ଆମର ପ୍ରିୟ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆମ ଲାଗି ସମସ୍ତ ଜୀବନ ମୂଲ୍ୟବାନ । ଏଣୁ ପ୍ରତ୍ୟେକଙ୍କ ଜୀବନ ବଞ୍ଚାଇବା ଆମର ଲକ୍ଷ୍ୟ । ଏଣୁ ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶକୁ ମାନି ଆମେ ସମସ୍ତଙ୍କୁ ସହଯୋଗ କରୁଛୁ ।