Odia News Portal

ପାରାଲିମ୍ପିକ୍ସ ମହିଳା ଟେବୁଲ୍ ଟେନିସ୍ ଫାଇନାଲ୍‌ରେ ଭାବିନା ପଟେଲ

ଇତିହାସ ରଚିଲେ ଭାରତର ପାରା ଟେବୁଲ ଟେନିସ୍ ଖେଳାଳି ଭାବିନା ପଟେଲ। ପାରାଲିମ୍ପିକ୍ସରେ ମହିଳା ଟେବୁଲ ଟେନିସ୍ ଫାଇନାଲ୍‌ରେ ଭାବିନା ପହଞ୍ଚି ଦେଶ ପାଇଁ ପଦକ ସୁନିଶ୍ଚିତ କରିଛନ୍ତି। ସେମି ଫାଇନାଲ୍‌ରେ ଚୀନ ଖେଳାଳି ମିୟାଓ ଝାଙ୍ଗଙ୍କୁ ୭-୧୧, ୧୧-୭, ୧୧-୪, ୯-୧୧, ୧୧-୮ରେ ପରାସ୍ତ କରି ଫାଇନାଲ୍‌ରେ ପ୍ରବେଶ କରିଛନ୍ତି ଭାବିନା। ଏବେ ସେ ସ୍ଵର୍ଣ୍ଣ ପଦକ ପାଇଁ ମୁକାବିଲା କରିବେ। କ୍ଵାର୍ଟର ଫାଇନାଲ୍‌ରେ ଭାବିନା ସର୍ବିୟାର ଖେଳାଳି ବୋରିସ୍ଲାବା ପେରିଚ ରାଙ୍କୋୱିଚଙ୍କୁ ୧୧-୫, ୧୧-୬, ୧୧-୭ରେ ପରାସ୍ତ କରିଥିଲେ।ସେମିଫାଇନାଲ ମ୍ୟାଚରେ ଚାଇନାର ଖେଳାଳି ପ୍ରଥମ ଗେମ୍ ଜିତି ଭାରତୀୟ ଖେଳାଳିଙ୍କ ଠାରୁ ଆଗରେ ଥିଲେ। ହେଲେ ଭାବିନା ଦ୍ୱିତୀୟ ଗେମ୍ ଜିତି ମ୍ୟାଚ୍‌କୁ ବରାବର କରିଥିଲେ। ଏହା ପରେ ଭାବିନ ତୃତୀୟ ଗେମ୍ ମଧ୍ୟ ଜିତିଥିଲେ। ହେଲେ ଚତୁର୍ଥ ଗେମ୍ ଝାଙ୍ଗ ମିଆଓଙ୍କ ନାମରେ ଯାଇଥିଲା। ଏହା ପରେ, ପଞ୍ଚମ ତଥା ନିର୍ଣ୍ଣାୟକ ଖେଳରେ ଭାବିନା ଚାଇନାର ଖେଳାଳିଙ୍କୁ ୧୧-୮ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛନ୍ତି।ଏତଦ୍ ବ୍ୟତୀତ ପାରା ଅଲମ୍ପିକ୍‌ରେ ତୀରନ୍ଦାଜରେ ରାକେଶ କୁମାରଙ୍କ ଠାରୁ ମଧ୍ୟ ପଦକ ଆଶା ରହିଛି। ସେ କ୍ଵାଲିଫାଇଂ ରାଉଣ୍ଡରେ ଭଲ ପ୍ରଦର୍ଶନ କରି ଫାଇନାଲ୍‌ରେ ସ୍ଥାନ ସୁରକ୍ଷିତ କରିଥିଲେ।