Odia News Portal

ଆଫଗାନିସ୍ତାନରେ ଆଇପିଏଲ ପ୍ରସାରଣ ବ୍ୟାନ କଲା କାଲିବାନ

କାବୁଲ: ସାରା ବିଶ୍ୱରେ ସମସ୍ତଙ୍କ ପସନ୍ଦ ଧନୀ କ୍ରିକେଟ ଲିଗ ଆଇପିଏଲ । ଳିତ ଥର ୟୁଏଇରେ ଏହି ମ୍ୟାଚ୍ ଖେଳାଯାଇଛି। ବିଶ୍ବର ସମସ୍ତ କ୍ରିକେଟ ପ୍ରେମୀ ଫଟାଫଟ କ୍ରିକେଟର ଏହି ଶ୍ରେଷ୍ଠ ଲିଗ୍ର ମଜା ଉଠାଉଥିବା ବେଳେ ଏଥିରୁ ବଞ୍ଚିତ ହୋଇଛନ୍ତି ଆଫଗାନିସ୍ତାନ ବାସୀ। କାରଣ ଆଫଗାନିସ୍ତାନରେ ‘ଆଇପିଏଲ୍ ୨୦୨୧’ ପ୍ରସାରଣ ବ୍ୟାନ୍ କରିଛି ତାଲିବାନ । ଯାହା ଫଳରେ ଆଫଗାନିସ୍ତାନର ହଜାର ହଜାର କ୍ରିକେଟ ପ୍ରେମୀ ଫଟାଫଟ କ୍ରିକେଟର ଏହି ଶ୍ରେଷ୍ଠ ଲିଗ୍ର ମଜା ଉଠାଇ ପାରିବେ ନାହିଁ କି ତାଙ୍କ ପସନ୍ଦର କ୍ରିଡାବିତ୍ଙ୍କ ଖେଳ ଦେଖିପାରିବେ ନାହିଁ।

ତେବେ ଆଫଗାନିସ୍ତାନରେ ଆଇପିଏଲ ୨୦୨୧ କଣ ପାଇଁ ବ୍ୟାନ୍ କରାଯାଇଛି ତାହା ଜାଣିଲେ ଆପଣ ଆଶ୍ଚର୍ୟ୍ୟ ହେବେ । କାରଣ ସମ୍ଭାବ୍ୟ ଆଇପିଏଲ ‘ଇସଲାମ ବିରୋଧୀ କଣ୍ଟେଟ୍’ ଦର୍ଶାଇ ଆଫଗାନିସ୍ତାନରେ ଆଇପିଏଲ ମ୍ୟାଚ୍ ପ୍ରସାରଣ ଉପରେ ରୋକ୍ ଲଗାଇଛି ତାଲିବାନ । ମ୍ୟାଚ୍ ସମୟରେ ଚିୟର ଲିଡରଙ୍କ ନାଚିବା ଏବଂ ଷ୍ଟାଡିଅମ ଭତରେ ମହିଳାଙ୍କ ମୁଣ୍ଡ ଢ଼ାଙ୍କି ନବସିବା ଇସ୍ଲାମ ବିରୋଧୀ। ତେଣୁ ତାଲିବାନରେ ଏଭଳି ଭୁଲ ବାର୍ତ୍ତା ନପହଞ୍ଚୁ ବୋଲି ତାଲିବାନ କହିଛି। ତେଣୁ ଆଫଗାନିସ୍ତାନର ଜାତୀୟ ଟିଭି ଏବଂ ରେଡିଓରେ ଆଇପିଏଲ୍ ମ୍ୟାଚ୍ ପ୍ରସାରଣ ହେବ ନାହିଁ।