Odia News Portal

ବନ୍ଧାହେଲେ ରସିକିଆ ମାଷ୍ଟର, ଟ୍ୟୁସନ ଡାକି ଛାତ୍ରୀଙ୍କୁ ଅସଦାଚରଣ କରିଥିଲେ ଅଧ୍ୟାପକ

ବାଲେଶ୍ୱର: ପୁଣି ଲାଗିଲା ଗୁରୁ ଶିଷ୍ୟ ସମ୍ପର୍କରେ କଳଙ୍କର ଛିଟା । ଅନ୍ଧାରରୁ ଆଲୋକ ଦେଖାଉଥିବା ଗୁରୁ ଅନ୍ଧାରରେ କରୁଥିବା କଳାକାରନାମା ପଦାରେ ପଡ଼ିଯାଇଛି । ଟ୍ୟୁସନ କରାଇବା ବାହାନାରେ ଛାତ୍ରୀଙ୍କୁ ଘରକୁ ଡାକି ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଛାତ୍ରୀଙ୍କ ଭିଡ଼ିଓ ଭାଇରାଲ ହେବା ପରେ ଅଧ୍ୟାପକଙ୍କୁ ଗିରଫ କରିଛି ପୋଲିସ । ବାଲେଶ୍ୱର ଜିଲ୍ଲାରୁ ଆସିଛି ଏଭଳି ଖବର । ଘଟଣାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।

ସୂଚନା ଥାଉକି, ବାଲେଶ୍ୱର ଆର୍ଟ ଆଣ୍ଡ କ୍ରାଫ୍ଟ କଲେଜର ଅଧ୍ୟାପକ ଶଶାଙ୍କ ଶେଖର ଦାସ ଛାତ୍ରୀ ଟ୍ୟୁସନ କରାଇବା ଲାଗି ଘରକୁ ଡକାଇଥିଲେ । ଛାତ୍ରୀ ଜଣକ ମଧ୍ୟ ବିଶ୍ୱାସରେ ଯାଇଥିଲେ । ଛାତ୍ରୀଙ୍କ ସରଳତାର ସୁଯୋଗ ନେଇ ତାଙ୍କ ସହ ଅସଦାଚରଣ କରିଥିଲେ । ଗତ ଏପ୍ରିଲ ମାସରେ ଏହି ଘଟଣା ଘଟିଥିଲା । ଛାତ୍ରୀଙ୍କ ଭିଡ଼ିଓ ଭାଇରାଲ ହେବା ଛାତ୍ରୀ ଜଣକ ବାଲେଶ୍‌ବର ସଦର ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ କଲେଜରୁ ତାଙ୍କୁ ବହିଷ୍କାର କରାଯାଇଛି । ପ୍ରାକ୍ଟିକାଲ ମାର୍କ ଓ ପରୀକ୍ଷାରେ ସାହାର୍ଯ୍ୟ କରିବା ନାଁରେ ଏଭଳି ଅନେକ ଛାତ୍ରୀଙ୍କ ସହ ଖରାପ କାମ କରିଥିବା ମଧ୍ୟ ଅଭିଯୋଗ ହୋଇଛି ।