Odia News Portal

ଟ୍ରେନ୍ ଦୁର୍ଘଟଣା : ତୁରନ୍ତ ସହାୟତା ପାଇଁ ଏସଆରସି ଓ ୨ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଆନ୍ଧ୍ର ପ୍ରଦେଶର  କଣ୍ଟାକାପାଲି ଏବଂ ଆଲମଣ୍ଡା ଷ୍ଟେସନ ମଧ୍ୟରେ ଟ୍ରେନ ଦୁର୍ଘଟଣାରେ କିଛି ଯାତ୍ରୀଙ୍କ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଶୋକସନ୍ତପ୍ତ ପରିବାର ପ୍ରତି ମଧ୍ୟ ତାଙ୍କର ସମବେଦନା ଜଣାଇବା ସହ ଶ୍ରୀ ପଟ୍ଟନାୟକ ଆହତ ଯାତ୍ରୀଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।

ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ତୁରନ୍ତ ସହାୟତା କରିବାକୁ ଶ୍ରୀ ପଟ୍ଟନାୟକ ସ୍ବତନ୍ତ୍ର ରିଲିଫ କମିଶନର ଏବଂ ରାୟଗଡା ଓ କୋରାପୁଟ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।