Odia News Portal

ଟାଟା ମ୍ୟାଜିକ୍ ଓ ଟ୍ରକ ମୁହାଁମୁହିଁ ଧକ୍କା, ୨ ମୃତ

ରାୟଗଡ଼ା: ଟାଟା ମ୍ୟାଜିକ ଉପରେ ଚଢ଼ିଗଲା ଟ୍ରକ । ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଛି । ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଚାଞ୍ଚରାଗୁଡ଼ା ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରାୟପୁରରୁ ବିଶାଖାପାଟଣା ଅଭିମୁଖେ ଯାଉଥିବା ଏକ ଟ୍ରକ ସହ ବିଷମକଟକରୁ ମୁନିଗୁଡା ଅଭିମୁଖେ ଯାଉଥିବା ଏକ ଟାଟା ମ୍ୟାଜିକ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଟାଟା ମ୍ୟାଜିକ ଉପରେ ଟ୍ରକଟି ଚଢିଯାଇଥିଲା । ଟ୍ରକ୍ ଚାପାରେ ଭ୍ୟାନରେ ବସିଥିବା ୨ଜଣ ଚାପିହୋଇ ପ୍ରାଣ ହରାଇଛନ୍ତି । ଖବର ପାଇ ବିଷମକଟକ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।